ମାଲକାନାଗିରି, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତି ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଏକ ବାଇକ୍ ରେ ୩ ଜଣ ଯାଉଥିଲେ । ବାଇକ୍ ଟି ଚମ୍ପାଖାରି ନିକଟରେ ଏହି ଦୂର୍ଘଟଣା ଘଟିଥିଲା । ବାଇକ୍ ରେ ଥିବା ବନମାଳୀ ସିକୁଡ଼ୁ ଓ ସଂଜୟ ସୁକୁଡ଼ୁଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଶରତ ମାଝୀଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର