Friday , October 29 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ – ଜଣେ ବ୍ୟବସାୟୀ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ – ଜଣେ ବ୍ୟବସାୟୀ ଗୁରୁତର ଆହତ

ଭୁବନେଶ୍ୱର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ପୁଣି ଗୁଳିକାଣ୍ଡ ଘଟିଛି । ଗୁଳି କାଣ୍ଡରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ବ୍ୟବସାୟୀ ବିବେକାନନ୍ଦ ମହାରଣା ଆଲିଆସ ବାବୁଲି ମହାରଣା ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଗୁଲନଗର ଛକ ନିକଟରେ ଏକ ମୋଟରସାଇକେଲ ରେ ୨ ଜଣ ଦୁର୍ବୃତ ଆସି ତାଙ୍କୁ ଗୁଳିକରି ଫେରାର ହୋଇଯାଇଥିଲେ । ଗୁଳି ଟି ତାଙ୍କ ପେଟରେ ବାଜିଛି । ପ୍ରଥମେ ତାଙ୍କୁ ଜିଲା ହସପିଟାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । କାହିଁ ଓ କିଏ ତାଙ୍କୁ ଗୁଳି କରିଛି , ଯଣାପଡ଼ିନାହିଁ । ପୋଲିସ୍ ତଦନ୍ତ କରୁଛି । ଅନ୍ୟପକ୍ଷରେ ତିନିମୁହାଣି ଛକରେ ଲୋକେ ଟାୟାର ଜାଳି  ରାସ୍ତା ଅବରୋଧ କରିଛନ୍ତି । ଆହତ ବ୍ୟବସାୟୀ ବିବେକାନନ୍ଦ ସ୍ଥାନୀୟ ତିନିମୁହାଣୀସ୍ଥିତ ରାମ ମନ୍ଦିରର ସଭାପତି ଅଟନ୍ତି । ଓଡ଼ିଶା ସମାଚାର

                                                             ଆହତ ବିବେକାନନ୍ଦ ମହାରଣା

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *