ତାଳଚେର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ୧୪୯ ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୂର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଖମାର ହସପିଟାଲ ରେ ଭର୍ତି କରାଯାଇଛି । ମୃତକ ଓ ଆହତ ମାନେ ସମସ୍ତେ ରାଉରକେଲା ଅଂଚଳର । ସେମାନେ ଖୋର୍ଦ୍ଦା ଅଂଚଳରୁ ଭୋଜିଖାଇ ଫେରିବାବେଳେ ନାଇକାନାକୀ ନିକଟରେ ଏକ ଅଜଣା ଗାଡ଼ି ଧକା ଦେଇଥିଲା । ସମଲ ଥାନା ପୋଲିସ୍ ଦୂର୍ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ତେବେ ମୃତକ ଓ ଆହତଙ୍କ ପରିଚୟ ମିଳିପାରିନାହିଁ । ଓଡ଼ିଶା ସମାଚାର