ତାଳଚେର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ୧୪୯ ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୂର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଖମାର ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ସେମାନଙ୍କୁ ସବଡ଼ିଭିଜନାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଓ ଆହତ ମାନେ ସମସ୍ତେ ରାଉରକେଲା ଅଂଚଳର । ସେମାନେ ଖୋର୍ଦ୍ଦା ଅଂଚଳରୁ ଏକ ବାହାଘର ଭୋଜିଖାଇ ରାଉରକେଲା ଫେରିବାବେଳେ ନାଇକାନାକୀ ନିକଟରେ ଏକ ଅଜଣା ଟ୍ରକ ଧକା ଦେଇଥିଲା । ସମଲ ଥାନା ପୋଲିସ୍ ଦୂର୍ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ମୃତକ ମାନେ ହେଉଛନ୍ତି ଧନୁର୍ଜୟ ନାୟକ,ଭୁପେସ ସାହୁ ଓ କ୍ରିଷ୍ଣା ସାହୁ ଓ ଆହତ ୨ ଜଣ ହେଉଛନ୍ତି ସାଗର ବାରିକ ଓ ବିକାଶ ମଙ୍ଗରାଜ । ଏ ସମସ୍ତେ କାର ଥିଲେ । ଓଡ଼ିଶା ସମାଚାର
Check Also
କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ
ବାଲିଗୁଡା,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା …