Tuesday , October 26 2021
Breaking News
Home / ବିଶେଷ / ପରଲୋକର ୪୭ ବର୍ଷ ପରେ କନିକା ପ୍ରଜାମଣ୍ଡଳ ଆନେ୍ଦାଳନ ନେତା ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ପାଇଁ ସରକାରଙ୍କ ବ୍ୟବସ୍ଥା

ପରଲୋକର ୪୭ ବର୍ଷ ପରେ କନିକା ପ୍ରଜାମଣ୍ଡଳ ଆନେ୍ଦାଳନ ନେତା ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ପାଇଁ ସରକାରଙ୍କ ବ୍ୟବସ୍ଥା

 ଭୁବନେଶ୍ୱର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟରେ ପୂଜ୍ୟପୂଜା ପରମ୍ପରାକୁ ଉଜ୍ଜୀବିତ କରି ବରପୁତ୍ରମାନଙ୍କ ସ୍ମୃତିରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଓ ସରକାରଙ୍କ ଉଦ୍ୟମର ଅନ୍ୟତମ ନିଦର୍ଶନ କନିକା ପ୍ରଜା ଆନେ୍ଦାଳନ ନେତା ପୂର୍ବତନ ବିଧାୟକ ବିପ୍ଳବୀ ୰ ଚକ୍ରଧର ବେହେରାଙ୍କ ପରଲୋକର ୪୭ ବର୍ଷ ପରେ ଚଳିତ ୨୦୧୯ ଫେବୃୟାରୀ ୨ ତାରିଖରେ ରାଜଧାନୀ ଭୁବନେଶ୍ୱରର ରାଜଭବନ ସମ୍ମୁଖରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତି ଉନ୍ମୋଚନ ସହିତ ଆସନ୍ତା ଜୁଲାଇ ୧୬ ତାରିଖରେ ବିପ୍ଳବୀଙ୍କ ୧୨୫ତମ ଜନ୍ମଦିନ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରତୁ୍ୟଷରେ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହିତ ସନ୍ଧ୍ୟାରେ ଜୟଦେବ ଭବନରେ ତାଙ୍କର ସ୍ମୃତିସଭା ଆୟୋଜନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅନୁମୋଦନରେ କରାଯିବାକୁ ନିଷ୍ପତି ହୋଇଅଛି । ସ୍ୱର୍ଗତ ବେହେରାଙ୍କ ସ୍ମୃତିରକ୍ଷା ପାଇଁ ବିଧାନସଭାରେ ପ୍ରଶ୍ନ ଓ ପତ୍ର ମାଧ୍ୟମରେ ପୂର୍ବତନ ବିଧାୟକ ସ୍ୱର୍ଗତ ବିରେନ୍ ପଲେଇ, ନରେନ୍ ପଲେଇ, ମନ୍ଦାକିନୀ ବେହେରା, ବିଜୟ ନାୟକ, ଭାଗିରଥି ବଡ଼ଜେନା, ସନାତନ ମହାକୁଡ, ବିଧାୟକ ଅନନ୍ତ ନାରାୟଣ ଜେନା, ବ୍ୟୋମକେଶ ରାୟ, ବିଷ୍ଣୁ ସେଠୀ ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିପ୍ଳବୀ ଚକ୍ରଧର ବେହେରା ସ୍ମୃତି ସଂସଦ ତରଫରୁ ସଭାପତି ବରିଷ୍ଠ ସାମ୍ବାଦିକ ଡଃ ଗୌରହରି ଦାସ, ନରହରି ସେଠୀ, ଶାନ୍ତିଲତା ନାଗ, ଧିରେନ୍ଦ୍ର ବେହେରା ଓ ଉକ୍ରଳ ଯାଦବ ମହାସଭା କର୍ମକର୍ତା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ । ପରିଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚକ୍ରଧର ବେହେରାଙ୍କର ସ୍ମୃତି ରକ୍ଷା ପାଇଁ ନିଦେ୍ର୍ଦଶ ପ୍ରଦାନ କରିଥିବାରୁ ଡଃ ଗୌରହରି ଦାସ, ନରହରି ସେଠୀ, ଧିରେନ୍ଦ୍ର ବେହେରା, ଶାନ୍ତିଲତା ନାଗ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଦିଲ୍ଲୀପ ହାଲି, ଉକ୍ରଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରା, କାର୍ଯ୍ୟକାରୀ ସଭାପତି ସୁବାଷ ବେହେରା, ଯୁବ ସଭାପତି ଇଂ. ପ୍ରଦୀପ ବେହେରା, ଭୁବନେଶ୍ୱର ଜିଲ୍ଲା ଯାଦବ ମହାସଭା ସଭାପତି ସରୋଜ କୁମାର ବେହେରା, କ୍ରୀଡାବିତ୍ କିଶୋର ମାଣିଆ, ଅଧ୍ୟାପକ ଦୁର୍ଯେ୍ୟାଧନ କାଠୁଆ, ଉକ୍ରଳ ଯାଦବ ମହାସଭା ସାଂସ୍କୃତିକ ସେଲ୍ ସଭାପତି ଲକ୍ଷ୍ମୀଧର ବେହେରା, ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରଘୁନନ୍ଦନ ଦାସ, ସଂସ୍କୃତି ସଚିବ ଓ ନିଦେ୍ର୍ଦଶକ, ସୂଚନା ଓ ଲୋକସମ୍ପର୍କ ସଚିବ ଓ ନିଦେ୍ର୍ଦଶକଙ୍କୁ କୃତଜ୍ଞତା ଜଣାଇ ଆସନ୍ତା ୧୬ତାରିଖରେ ସ୍ୱର୍ଗତ ବେହେରାଙ୍କର ଜୟନ୍ତୀରେ ପ୍ରତୁ୍ୟଷରେ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ସନ୍ଧ୍ୟାରେ ଜୟଦେବ ଭବନରେ ଆୟୋଜିତ ସ୍ମୃତିସଭାରେ ଯୋଗଦେବାପାଇଁ ଜନସାଧାରଣଙ୍କୁ ସବିନୟ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *