ଗରଦପୁର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ବିଧାନସଭା ନିର୍ବାଚନ ଯେତେ ପାଖଉଛି , ନିର୍ବାଚନ ପ୍ରଚାର ମାହୋଲ ସେତେ ବଢ଼ୁଛି । ଆଜି ତେଣ୍ଡାକୁଡ଼ା ପଂଚାୟତ ବିଜେଡ଼ି ସଭାପତି ଅମୂଲ୍ୟ ସିଂ ଙ୍କ ନେତୃତ୍ୱରେ ତେଣ୍ଡାକୁଡ଼ା ପଂଚାୟତରେ ଘରେ ଘରେ ଶଂଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, କେନ୍ଦ୍ରାପଡ଼ା ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ମିର ଗୋଲାମ ହୋସେନ,ଅବ୍ଦୁଲ କାଲାମ(ମୁନା ସର୍ଦ୍ଦାର),ପୂର୍ବତନ ସରପଂଚ ରବିନ୍ଦ୍ର କୁମାର ମହାପାତ୍ର,ଆଶିଷ ମହାନ୍ତି,ବିଜୟ କେତନ ମଲିକ,ଶଙ୍କର୍ଷଣ ସାହୁ,ପ୍ରଫୁଲ ଲେଙ୍କା,ପ୍ରଫୁଲ ବେଉରା,କିର୍ତିରଂଜନ ବାରିକ, ରବିନ୍ଦ୍ର ପୃଷ୍ଟି,ସୁନାକର ସାହୁ,କେତରଂଜନ ଦାସ,ସତ୍ୟରଂଜନ ସାମଲ,କିଶୋର ଦାଶ, କାର୍ତିକ ପୃଷ୍ଟିଙ୍କ ସହିତ ଶହ ଶହ ମହିଳା ପଂଚାୟତର ବଡ଼ ନୟନପୁର, ବିନ୍ଧା,ଅରାବଳ,ଦାଆଁଲ, ରାଆଁଳ ଆଦି ଗ୍ରାମ ପରିକ୍ରମା କରି ଘରକୁ ଘର ବୁଲି ପ୍ରତି ଘରେ ବିଜେଡ଼ିର ଶଂଖ ଚିତ୍ର ଲଗାଇବା ସହିତ ଘରର ପୁରୁଷ ଓ ମହିଳା ମାନଙ୍କୁ ଆସନ୍ତା ୨୦ ତାରିଖରେ
ଶଂଖ ଚିତ୍ରରେ ଭୋଟ ଦେଇ ବିଜେଡ଼ିର ପ୍ରାର୍ଥôନୀ ସାବିତ୍ରୀ ଅଗ୍ରୱାଲାଙ୍କୁ ବିପୁଲ ଭୋଟରେ ବିଜୟ କରାଇବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା ଟାଣ କରି ପାଟକୁରା ର ବିକାଶ ରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ତେଣ୍ଡାକୁଡ଼ା ପଂଚାୟତର ପର୍ଯ୍ୟବେକ୍ଷକ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ସାହିତ କରିଥିଲେ । ଏକ ପଥପ୍ରାନ୍ତ ସଭାରେ ବିଧାୟକ ଶ୍ରୀ ବେହେରା ଉପସ୍ଥିତ ପୁରୁଷ ଓ ମହିଳା ମାନଙ୍କୁ ଉଦବୋଧନ ଦେଇ ବିଜେଡ଼ି ସରକାରଙ୍କ ଜନକଲ୍ୟାଣ ମୂଳକ ଯୋଜନା ଗୁଡ଼ିକ ସମ୍ପର୍କରେ ଆଲୋକପାତ କରିବା ସହିତ ମହିଳା ମାନଙ୍କ ପାଇଁ ବିଶେେ କରି ମହିଳା ସ୍ୱୟଂସହାୟକ ଗୃପ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯାହା ସବୁ ଯୋଜନା କରିଛନ୍ତି ଓ ଆଗକୁ ଆହୁରି ଯୋଜନା କରାଯିବ ବୋଲି କହିଥିଲେ । ଏହି କାର୍ଯର୍୍ୟକ୍ରମରେ ଶହ ଶହ ସଂଖ୍ୟାରେ ମହିଳା ମାନେ ହାତରେ ବିଜେଡ଼ି ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ଆଗରେ ଆଗରେ ଚାଲୁଥିବା ବେଶ ଉତ୍ସାହ ଜନକ ଥିଲା । ଓଡ଼ିଶା ସମାଚାର