ଜଗତସିଂହପୁର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲା ଅଦାଲତ ପ୍ରାଙ୍ଗଣରେ ରାଷ୍ଟ୍ରିୟ ଲୋକ ଅଦାଲତ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଆନନ୍ଦ ଚରଣ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ପରିବାର ଅଦାଲତର ଜଜ୍ ଡକ୍ଟର ଜୀବନଜ୍ୟୋତି ରଥ,ଏ.ଡି.ଜେ ମୁନରାଣୀ ମିଶ୍ର,ସିଜେଏମ୍ ସୁଦାମ ଚରଣ ଦାସ,ସବ୍ଜଜ୍ ଶଶୀରେଖା ମିଶ୍ର ,ଜଜ୍ ମହିଳା କୋର୍ଟ ଅନ୍ନପୂର୍ଣ୍ଣା ନାୟକ,ମୁନସିଫ୍ ନିଶା ସାମଲ,ଏସ୍.ଡି.ଜେ.ଏମ୍ ଋତୁପୂର୍ଣ୍ଣା ମିଶ୍ର ,ଜେ.ଏମ.ଏଫ୍.ସି ନିରଞ୍ଜନ ଦାସ ଯୋଗଦାନକରି ମାମଲା ଗୁଡିକର ସୁପରିଚାଳନା କରିଥିଲେ । ପ୍ରାଧିକରଣର ସଂପାଦକ କମଳାକାନ୍ତ ରାଉତ ରାଷ୍ଟ୍ରିୟ ଲୋକ ଅଦାଲତର ସୁପରି ଚାଳନାରେ ସହଯୋଗ କରିଥିଲେ । ବିଶେଷ କରି ଦୁର୍ଘଟଣା ଜନିତ କ୍ଷତିପୂରଣ , ଫୌଜଦାରୀ, ଦେୱାନୀ, ପାରିବାରିକ ଏବଂ ଅନ୍ୟାନ୍ୟ ମାମଲା ସହିତ ଜଗତସିଂହପୁର ଅଂଚଳରେ ଥିବା ବ୍ୟାଙ୍କ କେସ୍ ମଧ୍ୟ ଏହି ରାଷ୍ଟ୍ରିୟ ଲୋକ ଅଦାଲତରେ ଫଇସଲା ହୋଇଛି । ସମୁଦାୟ ୭୭୨ମାମଲାରୁ ୧୫୨ଟି ସଫଳତାର ସହିତ ଫଇସଲା ହବା ସହିତ ୧,୧୨,୭୩,୫୦୦ଟଙ୍କା ଆଦାୟ କରାଯାଇଛି । ଓଡ଼ିଶା ସମାଚାର