Friday , September 30 2022
Breaking News
Home / ବିଶେଷ / ଚିଟଫଣ୍ଡ କମିଶନଙ୍କ ୭ମ ରିପୋର୍ଟ , ଚିହ୍ନଟ ହେଲେ ଆଉ ୧ ଲକ୍ଷ ୩୬ ହଜାର କ୍ଷୂଦ୍ର ଜମାକାରୀ

ଚିଟଫଣ୍ଡ କମିଶନଙ୍କ ୭ମ ରିପୋର୍ଟ , ଚିହ୍ନଟ ହେଲେ ଆଉ ୧ ଲକ୍ଷ ୩୬ ହଜାର କ୍ଷୂଦ୍ର ଜମାକାରୀ

ଭୁବନେଶ୍ୱର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ଜଷ୍ଟିସ୍ ଏମଏମ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ଚିଟଫଣ୍ଡ କମିଶନର ସଚିବ ସପ୍ତମ ଅନ୍ତରୀଣ ରିପୋର୍ଟ ସ୍ୱରାଷ୍ଟ୍ର ବିଭାଗକୁ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ଆଉ ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୂଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଇଛି । ବର୍ତମାନ ସୁଦ୍ଧା ୪ ଲକ୍ଷ ୯୭ ହଜାର୮୪୪ କ୍ଷୂଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇସାରିଛି । ୧୯୩୧ ସ୍ୱଳ୍ପ ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ଫେରାଇ ଦିଆଯାଇପାରିଛି । ସେହିପରି ୪୨୧ ଟି ଚିଟଫଣ୍ଡ ସଂସ୍ଥା ଚିହ୍ନଟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.