Saturday , October 23 2021
Home / ବିଶେଷ / ଆକ୍ସନଏଡ୍ ଓ ସିସିଡବ୍ଲ୍ୟଡି ତରଫରୁ ଶିଶୁମାନଙ୍କୁ ଶିକ୍ଷଣ ସାମଗ୍ରୀ ବଂଟନ

ଆକ୍ସନଏଡ୍ ଓ ସିସିଡବ୍ଲ୍ୟଡି ତରଫରୁ ଶିଶୁମାନଙ୍କୁ ଶିକ୍ଷଣ ସାମଗ୍ରୀ ବଂଟନ

ଭୁବନେଶ୍ୱର,୧୩/୦୭/୨୦୧୯ (ଓଡ଼ିଶା ସମାଚାର)-ଫନି ମହାବାତ୍ୟାରେ ପ୍ରଭାବିତ ହୋଇଥିବା ବସ୍ତି ଅଂଚଳର ଶିଶୁମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ଥ ୱାର୍ଡ ନମ୍ବର -୧୭ ର ପଥର ବନ୍ଧ ବସ୍ତିଠାରେ ୨୦୦ ଜଣ ଶିଶୁଙ୍କୁ ଆକ୍ସନ୍ଏଡ୍ ଓ ସି.ସି.ଡବ୍ଲ୍ୟ.ଡିଙ୍କ ମିଳିତ ଆନୁକୁଲ୍ୟରେ ବ୍ୟାଗ, ଖାତା, ପେନ୍, ପେନ୍ସିଲ, ରବର, କଟର, ଡ୍ରଇଁ ଖାତା, କ୍ରେୟନ୍, ପାଣି ବୋତଲ ଇତ୍ୟାଦି ବଂଟନ କରାଯାଇଅଛି । ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ କୁମାର ରାଉତ, ଆକ୍ସନଏଡ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ସନ୍ଦିପ ଚାଚରା, ଆଂଚଳିକ ପରିଚାଳକ ଦେବବ୍ରତ ପାତ୍ର, ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା, ଶୁଭେନ୍ଦୁ କୁମାର ରାୟ (ଅର୍ଥ ବିଭାଗ, ଆକ୍ସନଏଡ୍), ପ୍ରୋଗ୍ରାମ ଅଫିସର ବି.ଏନ୍. ଦୁର୍ଗା, ସି.ସି.ଡବ୍ଲ୍ୟୁ.ଡିର ସମ୍ପାଦକ ସଦାଶିବ ସ୍ୱାଇଁ ପ୍ରମୁଖ ବଂଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏହିପରି ୟଙ୍ଗ ଅର୍ବାନ୍ ୱିମେନ୍ ପାଠାଗାର, ଅରବିନ୍ଦ ନଗର ବସ୍ତି ଠାରେ ୫୦ ଜଣ ଭୁବନେଶ୍ୱର ୟଙ୍ଗ ଅର୍ବାନ୍ ୱିମେନ୍ ଫୋରମ୍ର ପ୍ରତିନିଧି ମାନଙ୍କୁ ବାଲ୍ଟି, ମଗ୍, ସାବୁନ୍, ଆକୁଆଟାବ୍, ସର୍ଫ, ଆଂଟିସେପ୍ଟିକ୍ ଲିକୁଇଡ୍, ସାନିଟାରୀ ପ୍ୟାଡ୍, ବେଡ୍ସିଟ୍, ମଶାରି, ତାରପୋଲିନ୍ ଇତ୍ୟାଦି ବଂଟନ କରାଯାଇଛି । ଏହି ଅବସରରେ ଆକ୍ସନଏଡ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ସନ୍ଦୀପ ଚାଚରା ଶ୍ରମିକ ସହାୟତା କେନ୍ଦ୍ରରେ ଅଣସଂଗଠିତ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଇପ୍ସିତା ଅଗ୍ରୱାଲ, ଦମୟନ୍ତି ସାହୁ, ରେଣୁବାଳା ସାହୁ, ଗୀତାଞ୍ଜଳୀ ପଣ୍ଡା, ମାନସ ରଂଜନ ପ୍ରଧାନ, ସୌମ୍ୟ ରଂଜନ ମଲ୍ଲିକ, ଲାବଣ୍ୟ ରେଖା, ଅଜିତ୍ ପ୍ରଧାନ ଓ କଲ୍ୟାଣୀ ରାଉତ ପ୍ରମୁଖ । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *