Friday , September 29 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ୨୦ ହଜାର ଟଙ୍କା ଲଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଅତିରିକ୍ତ ତହସିଲଦାର ଗିରଫ

ସଂକ୍ଷେପରେ ତାଜା ଖବର : ୨୦ ହଜାର ଟଙ୍କା ଲଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଅତିରିକ୍ତ ତହସିଲଦାର ଗିରଫ

ଦେଓଗାଁ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ୨୦ ହଜାର ଟଙ୍କା ଲଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଅତିରିକ୍ତ ତହସିଲଦାର ଗିରଫ । ମିଳିଥିବା ତାଜା ସୂଚନା ଅନୁସାରେ ଦେଓଗାଁ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀ ବାଲି ଟ୍ରାନଜିଟ ପାସ କରାଇ ଦେବାକୁ ୨୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରିଥିଲେ । ଏହାପରେ ଶ୍ରୀ ଚୌଧୁରୀ ଙ୍କ ଦେଓଗାଁ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ବାସ ଭବନ ଉପରେ ଚଢ଼ାଉ ଜାରି ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *