ଜଗତସିଂହପୁର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ସଦର ବ୍ଲକର ସିଦ୍ଧଳ ଠାରେ ଥିବା ଶ୍ରୀଶ୍ରୀ ବଳଦେବ ଜୀୟୁ ଙ୍କର ବାହୁଡାଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । ବାହୁଡାଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଆସି ସମାଗମ ହୋଇଥିଲା । ଅପରାହ୍ନରେ ପହଣ୍ଡି ପରେ ପୂଜାବିଧି କରାଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁ ମାନେ ହରିବୋଲ ହୁଳହୁଳିଧ୍ୱନିରେ ରଥକୁ ବଳଦେବଜୀୟୁ ମନ୍ଦିର ନିକଟରେ ପହଂଚାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଭିଡକୁ ଦେଖି ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ସମାଚାର
Check Also
ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା
ସମ୍ବଲପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ବର୍ଷା ଲାଗି ରହିଛି । ଗତକାଲି ପର୍ଯ୍ୟାୟକ୍ରମେ ସନ୍ଧ୍ୟା ସୁଦ୍ଧା ହିରାକୁନ ଜଳ ଭଣ୍ଡାରର ୧୦ …