ପାଟକୁରା , ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ବିଶ୍ୱାସଘାତକଙ୍କୁ ପାଟକୁରାବାସୀ ଆସନ୍ତା ନିର୍ବାଚନରେ ଜବାବ ଦେବେ,ମାଟି ମା’ ହେଉଛି ପ୍ରଥମେ ,ପାର୍ଟି ହେଉଛି ରାହା ବୋଲି ବିଜେପି ନେତା ଡାକ୍ତର ଦାମୋଦର ରାଉତ ପ୍ରକାଶ କରିଛନ୍ତି । ବିଜୁ ବାବୁଙ୍କ ନାମରେ ନାମିତ ଦଳରେ ଏବେ ବିଜୁଙ୍କ ଅନୁଗତମାନେ ନବୀନଙ୍କ ପାଖରେ କେହି ନାହାଁନ୍ତି, ଏବେ ନବୀନଙ୍କ ପାଖରେ କେବଳ ଖଣି ମାଫିଆ,ବ୍ଲାକ୍ ରୋଜ ଚୋର,ଚିଟ୍ଫଣ୍ଡ ଚୋର ଓ ସିବିଆଇ ଧରିଥିବା ଚୋରମାନେ ନବୀନଙ୍କ ପାଖରେ ରହିଛନ୍ତି ବୋଲି ବିଜେପି ନେତା ଡାକ୍ତର ରାଉତ ପ୍ରକାଶ କରିଛନ୍ତି । ବିଜୟ ମହାପାତ୍ରଙ୍କ ଟିକେଟ କାଟି ଯିଏ ତାଙ୍କ ସହିତ ବିଶ୍ୱାସ ଘାତକତା କରିଥିଲା ,ତାକୁ ଆସନ୍ତା ନିର୍ବାଚନରେ ପାଟକୁରାବାସୀ ଉଚିତ୍ ଜବାବ ଦେବେ । ଆଜି ସନ୍ଧ୍ୟାରେ ଗରଦପୁର ବ୍ଲକର ପୋଷ୍ଟ ଅଫିସ୍ ପଡିଆ ଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ ଡାକ୍ତର ରାଉତ କହିଛନ୍ତି ଯେ,ରାଜ୍ୟରେ ବିକାଶ କେବଳ ପାଇଖାନାରେ ଦୁର୍ନିତୀ,ହରିଶ୍ଚନ୍ଦ୍ର ଯୋଜନାରେ ଦୁର୍ନିତୀ ଓ ଆବାସ ଯୋଜନାରେ ଦୁର୍ନିତି ଭଳି ବହୁ ଦୁର୍ନିତିରେ ହୋଇଛି ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ୧୯୭୧ ମସିହା ମହାବାତ୍ୟା ପରେ ଅଂଚଳକୁ ରକ୍ଷା କରିବା ପାଇଁ ବିଭିନ୍ନ ଘେରିବନ୍ଧ ଓ ନଦୀବନ୍ଧ ଜରିଆରେ ବିଜୁ ବାବୁ ରାଜ୍ୟରେ ନିର୍ମିାଣର ଯୁଗ ଆରମ୍ଭ କରିଥିଲେ । ବିଜୟ ମହାପାତ୍ର ମନ୍ତ୍ରୀ ଥିବା ସମୟରେ ରାଜ୍ୟ ଏବଂ ଅଞ୍ଚଳରେ କରାଯାଇଥିବା କେତେକ ଉନ୍ନତିମୂଳକ କାର୍ଯ୍ୟ ସମ୍ନର୍କରେ କହିବା ସହିତ ପାଟକୁରା ମାଟିର ଲୋକମାନେ, ବିଜୁ ପଟ୍ଟନାୟକଙ୍କ ହାତ ତିଆରି ପୁଅ ତଥା ପାଟକୁରାର ସ୍ୱାଭିମାନୀ ପୁଅ ବିଜୟ ମହାପାତ୍ରଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ବରିଷ୍ଠ ବିଜେପି ନେତା ପ୍ରଶନ୍ନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ଦେଶରେ କରାଯାଉଥିବା ବିକାଶ,ରାଜ୍ୟର ଚାଲିଥିବା ଭ୍ରଷ୍ଟାଚାରୀ ଶାସନ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ପ୍ରସାଦ ସ୍ୱାଇଁ,ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା ପ୍ରମୁଖ ପାଟକୁରାର ସ୍ୱାଭିମାନ ତଥା ମାଟିର ପୁଅ ବିଜୟ ମହାପାତ୍ରଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ମଣ୍ଡଳ ସଭାପତି ଅମିୟ କୁମାର ପରିଜା ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ସମାଚାର