Tuesday , October 19 2021
Breaking News
Home / ବିଶେଷ / ଦୁର୍ଗମ ଅଂଚଳକୁ ପାଦରେ ଚାଲିଚାଲି ଗଲେ ଥୁଆମୂଳରାମପୁର ବି.ଡିଓ.

ଦୁର୍ଗମ ଅଂଚଳକୁ ପାଦରେ ଚାଲିଚାଲି ଗଲେ ଥୁଆମୂଳରାମପୁର ବି.ଡିଓ.

ଜୟପାଟଣା,୧୨/୦୭/୨୦୧୯ (ଓଡ଼ିଶା ସମାଚାର/ସଂଜୟ ସିଂ)- ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର ନାରା ଦେଉଥିବାବେଲେ ଆଜିବି ପହଂଚି ପାରିନାହିଁ ଗମନାଗମନ, ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ଅଧିକାର । ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଘୁମେରଗୁଡା ଗ୍ରାମରେ । ବିରିକୋଟ ଗ୍ରାମପଂଚାୟତ ଠାରୁ ମାତ୍ର ୭ କି.ମି. ଦୂରରେ ଅବସ୍ଥିତ ଏହି ଗାଁରେ ମାତ୍ର ୧୩ ପରିବାର ବସବାସ କରନ୍ତି । ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ତ ଦୂରରକଥା ଏହିଗାଁକୁ ଯିବା ପାଇଁ କଚ୍ଚା ରାସ୍ତାଖଣ୍ଡେ ମଧ୍ୟ ନାହିଁ । ସ୍ୱାସ୍ଥ୍ୟ ଖରାପ ହେଲେ ଗାଁ ଲୋକେ ଡାକ୍ତରଖାନା ଯିବା ପାଇଁ ୫ କି.ମି. ପର୍ଯ୍ୟନ୍ତ ଖଟିଆରେ ବୁହାହୋଇ ଆସନ୍ତି । ଖଟିଆରେ ବୁହାହେବା ସମୟରେ ଅନେକ ସମୟରେ ଗର୍ଭବତୀ ମହିଳାମାନେ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଘୁମେରଗୁଡା ଗ୍ରାମ ପ୍ରତି ରାଜନେତା କି ପ୍ରଶାସନର ନଜର ନାହିଁ । ଥୁଆମୂଳରାମପୁର ବି.ଡି.ଓ. ଶ୍ରୀ ନବିନ ଚନ୍ଦ୍ର ନାଏକ ତାଙ୍କ କର୍ମଚାରୀ ଭିଜନ ନାଏକ ଓ ମନମନ୍ତ ମୁର୍ମୁଙ୍କ ସାଙ୍ଗରେ ଅଣଓସାରିଆ ପାଦଚଲା ରାସ୍ତାରେ ପାଂଚ କି.ମି. ପାଦରେ ଚାଲିଚାଲି ଯାଇ ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ଗ୍ରାମବାସୀଙ୍କ ସହିତ ଆଲୋଚନା କଲାପରେ ଯଥାଶୀଘ୍ର ଉନ୍ନତିମୂଳକ କାମ କରାଯିବବୋଲି କହିଛନ୍ତି । ବି.ଡି.ଓ. ଶ୍ରୀ ନାଏକ ଚାଲିଚାଲି ଯାଇ ଗ୍ରାମବାସୀଙ୍କ ସମସ୍ୟା ବୁଝିଥିବାରୁ ଅଂଚଳବାସୀ ଭୁରିଭୁରି ପ୍ରଶଂସା କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *