Wednesday , October 4 2023
Breaking News
Home / ଶିକ୍ଷା / ଡିଏମଏଫ ସ୍କଲାରଶିପ ପାଇଁ ପ୍ରଧାନଶିକ୍ଷକଙ୍କ ସମ୍ମିଳନୀ

ଡିଏମଏଫ ସ୍କଲାରଶିପ ପାଇଁ ପ୍ରଧାନଶିକ୍ଷକଙ୍କ ସମ୍ମିଳନୀ

କେନ୍ଦୁଝର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା ହାଟଡିହି ବ୍ଳକ ହାଟଡିହି ହାଇସ୍କୁଲରେ ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଇଓ କପିଳେନ୍ଦ୍ର ମିଶ୍ର, ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ, ତହସିଲଦାର ଗାୟତ୍ରୀ ସୋରେନ, ବିଇଓ ଶରତ କୁମାର ରାଉତ, ଏବିଇଓ ବିନୋଦ କୁମାର ରାଉତ, ଏବିଇଓ ସୁରଥ ଚନ୍ଦ୍ର ସାହୁ ଓ ସୁରେଶ ଜେନା, ଜନଜାତି ସଂଯୋଜକ ଦୁର୍ଗା ପ୍ରସାଦ ନାୟକ, ହାଟଡିହି ହାଇସ୍କୁଲ ପ୍ରଧାନଶିକ୍ଷକ ଶିଶିର କୁମାର କର ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମୀଳନୀର ପ୍ରଥମ ପର୍ଯ୍ୟାୟରେ ୧୩୭ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୩୮ଜଣ ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକ ଉପସ୍ଥିତ ରହିଥିଲେ । ବିଦ୍ୟାଳୟରେ ୭୦ ଭାଗ ଉପସ୍ଥାପନ ରହିଲେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ତୃତୀୟ, ପଂଚମ ଓ ଅଷ୍ଟମ ଶ୍ରେଣୀର ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ଭାଗ ଛାତ୍ରଛାତ୍ରୀଙ୍କୁ ବୃତି ପାଇବେ । ବ୍ଲକର ୧୦ ଜଣ ଭଲ ଛାତ୍ରଛାତ୍ରୀ ବୃତି ପାଇବା ସହିତ ୧୦ ଟି ଭଲ ବିଦ୍ୟାଳୟ ମଧ୍ୟ ପୁରଷ୍କୃତ ହେବେ । ସେହି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ୧୭୫ ଟଙ୍କା ଲେଖାଏଁ ମଧ୍ୟ ପାଇବେ । ଏହା ଡିଏମଏଫ ଯୋଜନାରୁ କରାଯାଇଥିବା ଅଧିକାରୀମାନେ କହିଥିଲେ । ତୃତୀୟ ଶ୍ରେଣୀ ଛାତ୍ର ୨ହଜାର ଟଙ୍କା ସ୍କଲାରଶିପ ପାଇବାକୁ ଥିବା ବେଳେ ପଂଚମ ଶ୍ରେଣୀ ଛାତ୍ର ୪ହଜାର ଟଙ୍କା, ଅଷ୍ଟମ ଶ୍ରେଣୀ ଛାତ୍ର ୮ହଜାର ଟଙ୍କା ପାଇବେ ବୋଲି ସୂଚନା ଦେଇଥିଲେ । ବୃତି ପରୀକ୍ଷା ଆସନ୍ତା ୨୪.୦୮.୨୦୧୯ରିଖରେ ଅନୁଷ୍ଠିତ ହେବ । ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣି ଛାତ୍ରଛାତ୍ରୀ ମାନଙ୍କ ମନରେ ପାଠ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଲକ୍ଷ ରଖି ଜିଲା ପ୍ରଶାସନ ତରଫରୁ ଏପରି କରାଯାଉଥିବା କୁହାଯାଇଛି । ଏହି ସମ୍ପର୍କରେ ବିଶଦ ଭାବେ ଡିଇଓ ଏବଂ ଡିପିସି ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ଏଥିରେ ସମସ୍ତ ସିଆରସିସି ମାନେ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *