Thursday , December 8 2022
Breaking News
Home / ବିଶେଷ / ଓଡ଼ିଶା ଜୀବିକା ମିଶନର କର୍ମଶାଳା

ଓଡ଼ିଶା ଜୀବିକା ମିଶନର କର୍ମଶାଳା

ରଘୁନାଥପୁର ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-ଜୀବିକା ମିଶନର ବ୍ଲକସ୍ତରୀୟ ସଂଯୋଜନା କର୍ମଶାଳା ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ଏବିଡିଓ ଅଶୋକ କୁମାର ମହାନ୍ତି କର୍ମଶାଳାର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଓଡ଼ିଶା ଜୀବିକା ମିଶନର ଜିଲା ପ୍ରକଳ୍ପ ସଂଯୋଜକ ଅଜୟ କୁମାର ନାୟକ ଯୋଗଦେଇଥିଲେ । ଜିଲାର ୮ଟି ବ୍ଲକରୁ ବାକି ଥିବା ଦୁଇଟି ରଘୁନାଥପୁର ଏବଂ ନାଉଗାଁ ବ୍ଲକକୁ ଓଡ଼ିଶା ଜୀବିକା ମିଶନ ଜରିଆରେ ମହିଳାଙ୍କୁ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ପଦକ୍ଷେପ ନିଆଯିବ । ପ୍ରତି ଗ୍ରାମରେ ୫ରୁ ୧୫ଟି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଆଂଚଳିକ ସଂଘ ଗଠନ କରାଯିବ ଏବଂ ପ୍ରତ୍ୟେକ ମଂଚରୁ ୩ଜଣ ସଦସ୍ୟାଙ୍କୁ ନେଇ ପଂଚାୟତ ସ୍ତରୀୟ ମହାସଂଘ ଗଠନ କରାଯିବ ଏବଂ ଏହି ମହାସଂଘକୁ ଜୀବିକା ମିଶନ ପକ୍ଷରୁ ୨୫ ଲକ୍ଷ ଟଙ୍କା ଋଣ ବିନା ସୁଧରେ ଯୋଗାଇ ଦିଆଯିବ । କର୍ମଶାଳାକୁ ବ୍ଲକ ପ୍ରକଳ୍ପ ସଂଯୋଜିକା କଳ୍ପନା ଦଳେଇ ପରିଚାଳନା କରିଥିଲେ । ଏଥିରେ ବିଡିଓ ପଂଚାନନ ପଟ୍ଟାୟତ, ପି.ଏ ଦେବଶ୍ରିତା ପରିଡା, ସିଡିପିଓ ଜ୍ୟୋତ୍ସାରାଣୀ ମଲ୍ଲିକ, ଏପିଡି ସୌମ୍ୟ ରଂଜନ ବିଶ୍ୱାଳ, ବିଏଲସି ମୀନାରାଣୀ ଦାସ,ବିଶ୍ୱଜିତା ଦାଶ,ତ୍ରିନାଥ ଦାସଙ୍କ ସମେତ ପଂଚାୟତ ସଭ୍ୟ ସରପଂଚ, ପଂଚାୟତ ନିର୍ବାହୀ ଅଧିୀକାରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ବ୍ଲକସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଭାଗ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.