ଭୁବନେଶ୍ୱର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନ ସଭା ନିର୍ବାଚନ ହେବ । ମଝିରେ ଆଉ ମାତ୍ର ଗୋଟିଏ ସପ୍ତାହ ଥିବାବେଳେ ସମସ୍ତ ପ୍ରମୁଖ ଦଳ ନୂଆ ନୂଆ ରଣ କୌଶଳ ଆପଣଉଛନ୍ତି । ଶୁକ୍ରବାର ବିଜେଡ଼ି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକ ଉତ୍କଳ ପରିଡ଼ା (ଟୁଲୁ) ଙ୍କୁ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସଂଯୋଜକ ନିଯୁକ୍ତ କରିଛନ୍ତି । ଓଡ଼ିଶା ସମାଚାର