Sunday , October 1 2023
Home / ବିଶେଷ / ଆଂଚଳିକ ବରିଷ୍ଠ ନାଗରିକ ମଂଚର ସମ୍ବର୍ଦ୍ଧନା ସଭା

ଆଂଚଳିକ ବରିଷ୍ଠ ନାଗରିକ ମଂଚର ସମ୍ବର୍ଦ୍ଧନା ସଭା

ଏରସମା, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ଏରସମା ବ୍ଲକ ପଏଦା ପଂଚାୟତର ଆଂଚଳିକ ବରିଷ୍ଠ ନାଗରିକ ମଂଚ ତରଫରୁ ଗ୍ରାମ ପଂଚାୟତ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷାବିତ୍ ରବି ନାରାୟଣ ମୁଦୁଲିଙ୍କ ଅକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ହରପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ସରପଂଚ ପ୍ରଦିପ୍ତ କିଶୋର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ରଞ୍ଜନ ସେଠୀ,ଜିଲା ପରିଷଦ ସଭ୍ୟା ସ୍ୱର୍ଣ୍ଣଲତା ସେନାପତି,ପୂର୍ବତନ ଜିଲା ପରିଷଦ ବୈଷ୍ଣବ ଚରଣ ନାୟକ,କବି କୈଳାସ ଚନ୍ଦ୍ର ପ୍ରଧାନ,ପଏଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଙ୍ଗାଧର ପାଣିଗ୍ରାହୀ,ପଣ୍ଡିତ ନାଗୁ ଚରଣ ଦେବତା, ଜଟାଧାରୀ ସାହୁ,ଗୌରାଙ୍ଗ ଚରଣ ପରିଡା,ସାମ୍ବାଦିକ ସୁଶିଲ କୁମାର ମହାନ୍ତି, ଶୁକଦେବ ପଟ୍ଟାୟତ,ଭୂବନ ମୋହନ ସ୍ୱାଇଁ, କପିଳ ଜେନା, ଶିଲାରାଣୀ ସ୍ୱାଇଁ,ସବିତା ମହାରଣା ପ୍ରମୁଖ ଯୋଗଦେଇ ଚଳିତବର୍ଷ ମାଧ୍ୟମିକ ପରୀକ୍ଷାରେ ଏହି ଅଂଚଳର ବିଦ୍ୟାଳୟମାନଙ୍କରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପଏଦା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରତି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥଲେ । ସିଆରକେ ହାଇସ୍କୁଲ ଡିହସାହିର ଛାତ୍ର ବରଦା ପ୍ରସନ୍ନ ରାଉତ,ଭିରଙ୍ଗ ହାଇସ୍କୁଲ ସିଦ୍ଧାର୍ଥ ଦାସ,ପୋଖରିଆପଡା ପଂଚାୟତ ହାଇସ୍କୁଲର ନିଳାଦ୍ରୀ ତନୟା ମହାରଣା,ଗାଦିବ୍ରହ୍ମ ହାଇସ୍କୁଲ ଅସରଣା ମୋନାଲିସା ସାହୁ,ଗ୍ରାମେଶ୍ୱର ହାଇସ୍କୁଲ ପଂଚପଲ୍ଲୀର ପ୍ରଜ୍ଞା ପରମିତା ଜେନା,ହାଜିପୁର ନୋଡାଲ ହାଇସ୍କୁଲର ମାନସୀ ରାଣୀ ଖଣ୍ଡୁଆଳ ପ୍ରମୁଖଙ୍କୁ ମାଧ୍ୟମିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବାରୁ ମାନପତ୍ର,ପୁଷ୍ପଗୁଚ୍ଛ ଓ ପୁରସ୍କାର ଦିଆଯାଇ ନାଗରିକ ମଂଚ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା । କୈଳାସ ଚନ୍ଦ୍ର
ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଗୌରାଙ୍ଗ ଚରଣ ପରିଡା ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *