ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ହେବ । ବର୍ତମାନ ଏହି ପାଟକୁରା ବିଧାନସଭା କ୍ଷେତ୍ରରେ ପ୍ରମୁଖ ନ ଦଳ କଂଗ୍ରେସ , ବିଜେପି ଓ ବିଜେପି ନିର୍ବାଚନ ପ୍ରଚାରକୁ ଯୋରଦାର କରିବାରେ ଲାଗିପଡ଼ିଛନ୍ତି । ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପାଟକୁରା ଗସ୍ତରେ ଆସି ହାଇଟେକ୍ ବସ ରେ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି । ବିଜେଡ଼ି ପକ୍ଷରୁ ଆଜି ଏକ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ଚିଠା ପ୍ରକାଶ ପାଇଛି , ଯାହାକି ଗତ ୫ ତାରିଖରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ଜଣାପଡ଼ିଛି । ସେହି ଲିଷ୍ଟ କୁ ବିଜେଡ଼ି ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ଜେନା ଗଣ ମାଧ୍ୟମକୁ ପଠାଇଚନ୍ତି । ଉକ୍ତ ଲିଷ୍ଟର ପ୍ରଥମେ ଅଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଶ୍ରୀମତୀ ପ୍ରମିଳା ମଲିକ,ପ୍ରଫୁଲ ମଲିକ,ଶଶିଭୁଷଣ ବେହେରା,ଦେବୀପ୍ରସାଦ ମିଶ୍ର,ପ୍ରତାପ କେଶରୀ ଦେବ,ପ୍ରତାପ ଜେନା,ଅତନୁ ସବ୍ୟସାଚୀ ନାୟକ,ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ,ସଂଜୟ କୁମାର ଦାସବର୍ମା,ଡ଼ଃ ଅରୁଣ କୁମାର ସାହୁ,ପ୍ରଣବ ପ୍ରକାଶ ଦାସ,ସମିର ରଂଜନ ଦାଶ,ସୁଶାନ୍ତ ସିଂ,କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର,ରଘୁନନ୍ଦନ ଦାସ,ରାଜେନ୍ଦ୍ର ସାହୁ,ସାରଦା ପ୍ରସାଦ ନାୟକ,ଚନ୍ଦ୍ରସାରଥି ବେହେରା,ପ୍ରଣବ କୁମାର ବଳବନ୍ତରାୟ,ଅନୁଭବ ମହାନ୍ତି,ଅରବିନ୍ଦ ଢ଼ାଲି,ଉମାକାନ୍ତ ସାମନ୍ତରାୟ,ଅନନ୍ତନାରାୟଣ ଜେନା,ବ୍ୟୋମେକେଶ ରାୟ,ବ୍ରଜକିଶୋର ପ୍ରଧାନ,ଅଶୋକ କୁମାର ବଳ,ଦେବୀରଂଜନ ତ୍ରିପାଠୀ,ବିକ୍ରମ ପଣ୍ଡା,ସୁଧିର କୁମାର ସାମଲ,ଶ୍ରୀମତୀ ଲତିକା ପ୍ରଧାନ ,ସୌଭିକ ବିଶ୍ୱାଳ,ହାଜି ମହମ୍ମଦ ଆୟୁବ ଖାନ୍,ଅରିନ୍ଦମ ରାୟ,ଆକାଶ ଦାସ ନାୟକ,କୁନା ତ୍ରିପାଠୀ,ସୁବାସ ସିଂ,ଡ଼ଃ ମିନତୀ ବେହେରା ଓ ଶ୍ରୀମତୀ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ଅଛନ୍ତି । ଓଡ଼ିଶା ସମାଚାର