Sunday , September 26 2021
Breaking News
Home / ବିଶେଷ / ବର୍ଷା ପାଣିରେ ଉବୁଡ଼ୁବୁ ଫନି ବିପନ୍ନ – ଘରଭଙ୍ଗା ସହାୟତା ଏଯାଏ ମିଳିନି

ବର୍ଷା ପାଣିରେ ଉବୁଡ଼ୁବୁ ଫନି ବିପନ୍ନ – ଘରଭଙ୍ଗା ସହାୟତା ଏଯାଏ ମିଳିନି

ନିରାକାରପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ଛାମୁ ଯାହାଦେଲେ ହରଷେ ପାଉ ପାଉ ଗଲା ବରଷେ କଥାଟି ବର୍ତମାନ ପ୍ରଜୁଯ୍ୟ ହୋଇଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧୀନସ୍ଥ ସାମୁଦ୍ରିକ ଝଡ଼ ଫନି ପ୍ରଭାବିତ ପରିବାରଙ୍କ ପାଇଁ । ଆଜିକୁ ଫନି ଅତିକ୍ରମ କରିବାର ଦୁଇମାସରୁ ଅଧିକ ହେଲା କିନ୍ତୁ ପ୍ରଭାବିତ ବିପନ୍ନ ପରିବାର ବର୍ତମାନ ସୁଦ୍ଧା ଘରଭଙ୍ଗା ସହାୟତା ନ ପାଇ ଭଙ୍ଗାଚାଳ କୁଡ଼ିଆରେ ରହି ବର୍ଷାଦିନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । କିଛି ଗରିବ ପରିବାର ନିଜ ଭଙ୍ଗାଘର ସଜାଡ଼ିବାକୁ ଅସମର୍ଥ ପ୍ରକାଶ କରି ବର୍ଷା ଜଳରେ ଉବୁଡ଼ୁବୁ ହେଉଥିବାବେଳେ କିଛି ଫନି ପ୍ରଭାବିତ ପରିବାର ତଦନ୍ତ ଶେଷ ହୋଇଥିଲେ ବି ଭଙ୍ଗାଘର ସଜାଡ଼ି ଦେଲେ କାଳେ ଆଉ ସହାୟତା ମିଳିବ ନାହିଁ ବୋଲି ତାକୁ ନ ସଜାଡ଼ି ସହାୟତା ରାଶିକୁ ଅପେକ୍ଷା କରିଥିବା ଜଣାପଡ଼ିଛି । ଥରେ ନୁହେଁ ଦୁଇଦୁଇ ଥର ବ୍ଲକ ପ୍ରଶାସନ ଓ ରାଜସ୍ୱ ବିଭାଗର ତଦନ୍ତ ପରେ ଆଂଶିକ ଓ ଅଧିକ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କ ତାଲିକା ରାଜସ୍ୱ ବିଭାଗ ପାଖକୁ ଯାଇଥିଲେ ବି ଏ ପର୍ଯ୍ୟନ୍ତ କାହିଁକି କେଉଁ କାରଣରୁ ସହାୟତା ରାଶି ପ୍ରଦାନ କରାଯାଉନାହିଁ ତାହା ଜଣାପଡ଼ୁନାହିଁ । ଏହି ଫନିରେ ୪/୫ଟି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ସର୍ବାଧିକ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଭାବିତ ହୋଇଥିଲା । ସେଥିରେ ଟାଙ୍ଗୀ ତହସିଲ ଅଧୀନରେ ଥିବା ୨୦ଟି ପଂଚାୟତରୁ ୬/୭ଟି ପଂଚାୟତରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା । ରାଜସ୍ୱ ନୀରିକ୍ଷକମାନେ ତହସିଲରେ ରିପୋର୍ଟ ଓ ବିପନ୍ନଙ୍କ ତାଲିକା ପ୍ରଦାନ କରିଥିବା ଶୁଣାଯାଉଥିବାବେଳେ ସହାୟତା ରାଶିକୁ ଅପେକ୍ଷା କରି ପ୍ରଭାବିତ ଲୋକମାନଙ୍କ ଆଖିରୁ ପାଣି ମରିଗଲାଣି । ବିପନ୍ନ ବ୍ୟକ୍ତିମାନଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ଦାବି ହେଉଥିବାବେଳେ  କେବେ ତହସିଲ ପକ୍ଷରୁ ଏହି ସହାୟତା ପ୍ରଦାନ ପାଇଁ ଅନୁଗ୍ରହ କରାଯାଉଛି ତାହା ଦେଖିବାକୁ ବାକି ରହିଲା । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *