Sunday , October 1 2023
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ରାଜ୍ୟରେ ବସ ଭଡ଼ା ବଢ଼ିଲା

ସଂକ୍ଷେପରେ ତାଜା ଖବର : ରାଜ୍ୟରେ ବସ ଭଡ଼ା ବଢ଼ିଲା

ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- କେନ୍ଦ୍ର ସରକାରଙ୍କ ନୂତନ ବଜେଟ ରେ ଡ଼ିଜେଲ ଓ ପେଟ୍ରୋଲରେ ସେସ୍ ଲଗାଇବା ପରେ ରାଜ୍ୟରେ ଡ଼ିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପାଇଥିବାରୁ ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ବସ ଭଡ଼ା ବୃଦ୍ଧି ପାଇଛି । ଅର୍ଡ଼ିନାରୀ ଧ ଏକ୍ସପ୍ରେସ ବସ କିଲୋମିଟର ପ୍ରତି ୧ ପଇସା ବୃଦ୍ଧି ପାଇଥିବାବେଳେ ଡ଼ିଲକ୍ସ ଓ ଏସି ଡ଼ିଲକ୍ସ ବସ କିଲୋମିଟର ପ୍ରତି ୨ ପଇସା ବୃଦ୍ଧି କରାଯାଇଛି । ଅର୍ଡ଼ିନାରୀ ବସ କିମି ପ୍ରତି ୬୮ ପଇସାରୁ ୬୯ ପଇସାକୁ ବୃଦ୍ଧି କରାଯାଇଥିବାବେଳେ ଏକ୍ସପ୍ରେସ ବସ କିମି ପ୍ରତି ୭୧ ପଇସାରୁ ୭୨ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଡ଼ିଲକ୍ସ ବସ କିମି ପ୍ରତି ୨ ପଇସା ବୃଦ୍ଧି ପାଇ କିମି ପ୍ରତି ୯୭ ପଇସାରୁ ୯୯ ପଇସାକୁ ବୃଦ୍ଧି କରାଯାଇଛି ଓ ଏସି ଡ଼ିଲକ୍ସ ବସ କିମି ପ୍ରତି ୧ ଟଙ୍କା ୧୯ ପଇସାର ୧ ଟଙ୍କା ୨୧ ପଇସାକୁ ବୃଦ୍ଧି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *