Friday , January 28 2022
Breaking News
Home / ବିଶେଷ / ଶେଷ ଇଛା (କବିତା)   –    ସ୍ୱପ୍ନା ପଟ୍ଟନାୟକ

ଶେଷ ଇଛା (କବିତା)   –    ସ୍ୱପ୍ନା ପଟ୍ଟନାୟକ

କହିରଖୁଛି ମୁଁ

ମୋ ସମାଧି ପାଶେ

       ପ୍ରଦୀପ ବି ଜାଳିବନି

            ଲୁହ ଟିକେ ଢାଳିବନି

ନିଜକୁ ଜାଳି କି

ଜଳୁଛି ଆଜି ମୁଁ

          ଝୁରେ ଖାଲି ତୁମ ପାଇଁ

                ସ୍ମୁତି ଛୁଏଁ କୋହ ହୋଇ

ମୋ ଜୁଇ ପାଖରେ

 ବସିଯିବ ଥରେ

         ଶେଷ ପ୍ରୀତି ଛୁଆଁ ଦେଇ

                ଅବ୍ୟକ୍ତ ଲୁହ ଝରାଇ

ଆର ଜନମକୁ

ଚାହିଁଥିବି ପ୍ରିୟା

         କୋଟିଏ ଦୀପାଳି ଜାଳି

            ଅସରନ୍ତି ଆଶାନେଇ…

-0-  -0-  -0-  -0-  -0-

ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା

About admin

Check Also

ଲାଲା ଲଜପତ ରାୟଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେଲେ ଭାରତ ବିଶ୍ୱରେ ଶେଷ୍ଠ୍ର ରାଷ୍ଟ୍ରରେ ପରିଣତ ହୋଇ ପାରିବ

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଆଦର୍ଶରେ …

Leave a Reply

Your email address will not be published. Required fields are marked *