ପାରାଦ୍ୱୀପ ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ମହାବିଦ୍ୟାଳୟ ପକ୍ଷରୁ ପାଳନ କରାଯାଉଥିବା ବନମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ପବିତ୍ର ରଥଯାତ୍ରା ଅବସରରେ ପାରାଦ୍ୱୀପ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବନମହୋତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସୁପ୍ରିମା କାନୁନ୍ଗୋ, ଏନ୍ସିସି ଅଫିସର ଲେପଟ୍ନାଂଟ କମାଣ୍ଡାର ଅକ୍ଷୟ ଚନ୍ଦ୍ର ମିଶ୍ର, ରୋଟାରୀ କ୍ଳବ୍ ପାରାଦ୍ୱୀପର ସଭାପତି ଡଃ ଦୁର୍ଗାପ୍ରସାଦ ସେଠୀ, ଡଃ.କୈଳାଶ ଚନ୍ଦ୍ର ମହାରଣା, ରେଡ୍କ୍ରସ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ବିଶ୍ୱାଳ, ପରିବେଶବିତ୍ ଇଂ ଅମରେଶ ସାମନ୍ତ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ରହି ମହାବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ ଓ ସଚେତନତା ସଭାର ଆୟୋଜନ କରିଥିଲେ । ଓଡ଼ିଶା ସମାଚାର