Friday , September 29 2023
Breaking News
Home / ବିଶେଷ / ହରିଚନ୍ଦନପୁରରେ ବ୍ଲକସ୍ତରୀୟ ଦକ୍ଷିତାଭିତିକ କାଉନସେଲିଂ

ହରିଚନ୍ଦନପୁରରେ ବ୍ଲକସ୍ତରୀୟ ଦକ୍ଷିତାଭିତିକ କାଉନସେଲିଂ

କେନ୍ଦୁଝର, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)-  କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକର ସ୍ଥାନୀୟ ହାଇସ୍କୁଲ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ଦକ୍ଷତା ଭିତିକ କାଉନସେଲିଂ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଂଚଳର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ସୋମବାର ଆୟୋଜିତ କାଉନସେଲିଂ କ୍ୟାମ୍ପକୁ ଏବିଡ଼ିଓ ବିପ୍ରଚରଣ ପ୍ରଧାନ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓରମାସର ଡ଼ିପିଏମ ସ୍ୱପନ ଗୋସ୍ୱାମୀ ଡ଼ିସି ସୋନପ କୁମାର ଟପୋ ପିଇଓ ସିବାଷିଶ ପ୍ରଧାନ ବିପିଏମ୍ ଶୁଶାନ୍ତ କୁମାର ବେହେରା ବିଏଲସି ଅଯୋଧ୍ୟାନାଥ ରାଉତରାୟ ପ୍ରମୁଖ ଯୋଗଦେଇ କାଉନସେଲିଂ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟାଂଶ ଦାୟିତ୍ୱ ନିର୍ବାହ କରିଥିଲେ । କ୍ୟାମ୍ପରେ ୧୬ଗୋଟି କାଊନସେଲିଂ ଗ୍ରୁଫ୍ ଯୋଗଦେଇଥିବା ବେଳେ ୩୬୦ଜଣ ଯୁବକଯୁବତୀ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ସୂଚନା ମିଳିଛି । ତନମଧ୍ୟରୁ ୩୪୫ଜଣ ବିଭିନ୍ନ ବିଭାଗରେ ଦକ୍ଷତା ବୃଦ୍ଧି ନିମନ୍ତେ ନିଜ ସହମତି ପ୍ରଦାନ କରିଥିବା ଜଣାଯାଇଛି । ତେବେ ଏହି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ସ୍ୱାସ୍ଥ୍ୟସେବା, ମୋଟର ଯାନବାହନ ମରାମତି ,ସିଲେଇ ମେସିନ ଚାଳକ, ସାଧାରଣ କଂପ୍ୟୁଟର ଓ ଇଂଟରନେଟ, ପାଣି ପାଇପ୍ ମିସ୍ତ୍ରୀ ନାନାଦି କ୍ଷେତ୍ରରେ ଟ୍ରେନିଂ ନେବାପରେ ନିଶ୍ଚିତ ରୋଜଗାରର ସୁବିଧା ବ୍ୟବସ୍ଥା ରହିଥିବା ଯୁବକଯୁବତୀଙ୍କୁ ପରାମର୍ଶ ଦିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *