କେନ୍ଦୁଝର, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ସରକାର ଗ୍ରାମାଂଚଳର ବିକାଶ ପାଇଁ ପଂଚାୟତ ରାଜ ବ୍ୟବସ୍ଥାରେ ଗାଁ ଗୁଡ଼ିକର ରାସ୍ତା, ଶିକ୍ଷା ଓ ପାନୀୟଜଳ ପାଇଁ ଅନୁଦାନ ଯୋଗାଇଦେବା ସହିତ ବ୍ଲକ ଓ ଜିଲା ସ୍ତରର ଅନୁଦାନ ମଧ୍ୟ ପଂଚାୟତ ଗୁଡ଼ିକୁ ଯାଇଥାଏ । ସରକାରଙ୍କର ଅନୁଦାନରେ ପଂଚାୟତଟି ସମୃଦ୍ଧି ହେବା ସହିତ ଲୋକମାନଙ୍କର ଆର୍ଥିକ ସ୍ଥିତି ବୃଦ୍ଧିରେ ସହାୟକ ହୋଇଥାଏ । କିନ୍ତୁ କେନ୍ଦୁଝର ଜିଲା ହାଟଡିହି ବ୍ଳକ ସୋସୋ ଦେହୁରୀ ସାହିରେ ରାସ୍ତାକୁ ଦେଖିଲେ ପଂଚାୟତର ଅନୁଦାନ ଠିକ ଭାବରେ ଖର୍ଚ୍ଚ ହେଉନଥିବା ପରିଲକ୍ଷିତ ହୁଏ । ଏହି ସାହିର ରାସ୍ତା ଏତେ କଦର୍ଯ୍ୟ ହୋଇଛି ସେହି ରାସ୍ତାରେ ଯାତାୟତ କରିବା କଷ୍ଟକର ହେବା ସହିତ ସାହିର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସିବା କଷ୍ଟକର ହୋଇପଡ଼ିଛି । ପଂଚାୟତର ସରପଂଚ ଏଥିପ୍ରତି ଧ୍ୟାନ ଦେଉନଥିବା ବେଳେ ଲୋକଙ୍କର ଅସନ୍ତୋଷ ବୃଦ୍ଧି ପାଇଛି । ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଉକ୍ତ କାଦୁଅ ରାସ୍ତା ଉପରେ ମୋରମ ପକାଇ ଯାତାୟତର ସୁବିଧା କରାଯିବାକୁ ସାହିର ଲୋକମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର