Thursday , September 28 2023
Home / ବିଶେଷ / ରାସନ କାର୍ଡ଼ ସହ ଆଧାର ସଂଯୋଗୀ କରଣ ନିମନ୍ତେ କର୍ମଶାଳା

ରାସନ କାର୍ଡ଼ ସହ ଆଧାର ସଂଯୋଗୀ କରଣ ନିମନ୍ତେ କର୍ମଶାଳା

ରଘୁନାଥପୁର, ୧୦/୭/୨୦୧୯ ( ଓଡ଼ିଶା ସମାଚାର)- ରାସନ କାର୍ଡ଼ ସହ ଆଧାର କାର୍ଡ଼ ସଂଯୋଗୀ କରଣ ପାଇଁ ଆଜି ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏମଆଇ ମୋଚିରାମ ଦାସଙ୍କ ପରିଚାଳନାରେ ଏସସିଏସଓ ଜି ପ୍ରଭାକର ପାତ୍ର ଉପସ୍ଥିତ ରହି ଏହାର ଗୁରୁତ୍ୱ ଓ ମହତ୍ୱ ସମ୍ପର୍କରେ ପ୍ରକାଶ କରିଥିଲେ । ରାସନ କାର୍ଡ଼ ସହ ଆଧାର ସଂଯୋଗ କରିନଥିବା ଉପଭୋକ୍ତାମାନେ ନିଜର କର୍ତବ୍ୟ ସମ୍ପାଦନ ପାଇଁ ଶ୍ରୀ ପାତ୍ର ମତ ବ୍ୟକ୍ତ କରିଥିଲେ । ସେଥିପାଇଁ ଉପସ୍ଥିତ ଥିବା ବ୍ଲକ୍ ଅଂଚଳର ସମସ୍ତ ଡ଼ିଲର ମାନେ ଗୁରୁତ୍ୱ ପ୍ରଦାନ କରି ଆସନ୍ତା ୨୪ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସମ୍ପାଦନ କରିବା ପାଇଁ ସେ ପରାମର୍ଶ ରଖିଥିଲେ । ଏହାଛଡ଼ା ଆଧାର ସଂଯୋଗ କରିନଥିବା ରାସନକାର୍ଡ଼ଧାରୀମାନେ ନିକଟସ୍ଥ ଡ଼ିଲର କିମ୍ବା ବ୍ଲକ୍ ରେ ଥିବା ଏମଆଇ ଙ୍କ କାର୍ଯ୍ୟାଳୟରେ ପହଂଚି ଏହି ସୁବିଧା ନେଇ ପାରିବେ ବୋଲି ଏମଆଇ ପ୍ରକାଶ କରିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦତ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହାଦ୍ୱାରାକି ପ୍ରତି ରାସନକାର୍ଡ଼ ଧାରୀମାନଙ୍କ ପାଇଁ ନିରନ୍ତର ସେବା ଉପଲବ୍ଧ କରାଇବା ପାଇଁ ପଥ ଉନ୍ମୁକ୍ତ ହୋଇ ପାରିବ । ଏହି ବୈଠକରେ ବ୍ଲକ୍ ଅଂଚଳର ସମସ୍ତ ୪୪ ଜଣ ଡ଼ିଲର ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *