ବଡ଼ମ୍ବା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ବଡ଼ମ୍ବା ଥାନା ଅନ୍ତର୍ଗତ ବିଶ୍ୱମ୍ଭରପୁର ଗ୍ରାମରେ ଏକ ଯୋ÷ତୁକଜନିତ ବଧୂହତ୍ୟା ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ହତ୍ୟାକାଣ୍ଡର ଶିକାର ହୋଇଥିବା ମୃତକ ହେଲେ ବିଶ୍ୱମ୍ଭରପୁର ଗ୍ରାମର ଧନେଶ୍ୱର ବେହେରାଙ୍କ ପତ୍ନୀ ଝିଲି ବେହେରା । ଝିଲିଙ୍କୁ ତାଙ୍କ ଶଶୁରଘର ଲୋକେ ଅଧିକ ଯୋ÷ତୁକ ଦାବିରେ ସଦାବେଳେ ଅତ୍ୟାଚାର କରାଯାଉଥିବା ଏବଂ ବଳପୂର୍ବକ ମାରିଦେଇଥିବା ତାଙ୍କ ବାପା ନରସିଂହପୁର ଥାନା ଅଧିନସ୍ଥ ଫୁଲପଡ଼ା ଗ୍ରାମର ରମେଶ ବେହେରା ବଡ଼ମ୍ବା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଏହି ଘଟଣାରେ ପୁଲିସ ମୃତ ଝିଲିଙ୍କ ଶଶୁର ସମେତ ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଛେଦ ଲାଗି ବଡ଼ମ୍ବା ଡାକ୍ତରଖାନା ଆଣିଥିବା ପ୍ରକାଶ । ତେବେ ଉକ୍ତ ଘଟଣା ବିଷପାନଜନିତ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ବ୍ୟବଛେଦ ରିପୋର୍ଟରୁ ଏହି ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ଏବଂ ତଦନୁଯାୟୀ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ହେବ ବୋଲି ନିଜେ ତଦନ୍ତ କରୁଥିବା ବଡ଼ମ୍ବା ଥାନା ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି । ଓଡ଼ିଶା ସମାଚାର