Friday , October 22 2021
Breaking News
Home / ବିଶେଷ / ବ୍ଲକ ଓ ତହସିଲରେ ଅଭିମତ ବାକ୍ସ

ବ୍ଲକ ଓ ତହସିଲରେ ଅଭିମତ ବାକ୍ସ

କୁଜଙ୍ଗ, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)-  ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦେଶ କ୍ରମେ କୁଜଙ୍ଗ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଅଭିମତ ବାକ୍ସ ସ୍ଥାପନ କରାଯାଇଛି । ଜିଲାପାଳ ଏହି ବ୍ୟବସ୍ଥାର ପରିଦର୍ଶନ କରିଥିଲେ । ଜିଲାପାଳ ଶ୍ରୀଯୁକ୍ତ ମହାପାତ୍ର ଏହି ଅବସରରେ କହିଥିଲେ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ତଥା ବ୍ଳକ, ତହସିଲ, ମେଡ଼ିକାଲ, ଥାନା ଆଦିକୁ ଦୈନନ୍ଦିନ ଲୋକେ ଆସିଥାନ୍ତି । ସରକାରୀ ଅଧିକାରୀ ,ବ୍ଲକ କର୍ମଚାରୀଙ୍କ କାର୍ଯ୍ୟରେ କେତେଦୂର ଲୋକ ସନ୍ତୁଷ୍ଟ ଅଛନ୍ତି କିମ୍ବା ସେମାନଙ୍କର କ’ଣ ସୁବିଧା ଏବଂ ଅସୁବିଧା ରହିଛି ଏହି ବାକ୍ସରେ ସେମାନଙ୍କ ମତାମତ ଲିଖିତ ଭାବେ ପକାଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅବଗତ କରାଇବେ । ତେବେ ନିୟମିତ ବ୍ୟବଧାନରେ ଜିଲାପାଳ ଏହି ଅଭିମତ ଗ୍ରହଣ କରିବା ସହିତ ଏହାକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *