- ଶତ ପ୍ରତିଶତ ଫ୍ଲାଏ ଆସ ର ବ୍ୟବହାର ।
- ବାହ୍ୟ ବସ୍ତୁକୁ ବ୍ୟବହାର କରି ବେଦାନ୍ତର ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ନୂତନ ନିଯୁକ୍ତି, ଉଦ୍ୟୋଗକାରି ଏବଂ ଉଦ୍ୟୋଗ ସୃଷ୍ଟି କରିବା ଲକ୍ଷ ଅଟେ ।
ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ନୂତନ ଭାବନା ହେଉଛି ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡର ସଫଳତାର ମୂଳଦୁଆ ଅଟେ । ଭାରତୀୟ ଆଲୁମିନିୟମ କ୍ଷେତ୍ରରେ ନିଜର କାର୍ଯ୍ୟ ଆରମ୍ଭ କରିବା ଠାରୁ ବେଦାନ୍ତ, ଲାଞ୍ଜିଗଡ ରିଫାଇନାରି ପ୍ରଯ୍ୟୁକ୍ତି ବିଦ୍ୟା ତଥା ରାଜ୍ୟ ବିକାଶରେ ସାମିଲ ହୋଇ ଆସିଛି, ଏବଂ ଦୀର୍ଘ୧୫ବର୍ଷ ଧରି ଏହି ଅଂଚଳରେ ବିକାଶର ଧାରା ବଜାୟ ରଖିଛି । ଆର୍ôଥକ ବର୍ଷ ୨୦୧୯ରେ ସବୁଠାରୁ ଅଧିକ ବାର୍ଷିକ ପାଖାପାଖି ୨ମିଲିୟନ ଟନ୍ ଆଲୁମିନିୟମ ଉତ୍ପାଦନ କରିବାର ଗୌରବ ହାସଲ କରିଛି ।
ନୂତନ ଜ୍ଞାନ କୌଶଳ ବହ ୁଦିଗରୁ ରିଫାଇନାରିର ଶକ୍ତି କୁ ବଢାଇଛି । କମ୍ପାନୀ ନୂତନ ଜ୍ଞାନ କୌଶଳ ତଥା ସ୍ୱୟଂଚାଳିତ ଉପକରଣ ବ୍ୟବହାର କରି ନିଜର ସୁରକ୍ଷାକୁ ତ୍ୱରାନ୍ୱିତ କରିଛି । ଏହାଛଡା ପୁରା ଉତ୍ପାଦନ ପ୍ରକ୍ରିୟା ଉନ୍ନତ ଜ୍ଞାନ କୌଶଳ ଦ୍ୱାରା ନିୟନ୍ତ୍ରଣ କରାଯାଉଛି ।
ଏହି ଅବସରରେ ଶ୍ରୀ ରାହୁଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଲୁମିନା ବ୍ୟବସାୟ, ବେଦାନ୍ତ ଲାଞ୍ଜିଗଡ ସୁଚନା ଦେଇ କାହିଛନ୍ତି ଯେ ବେଦାନ୍ତ ଏହି ରିଫାଇନାରିରେ ବିଶ୍ୱସ୍ତରୀୟ ଜ୍ଞାନ କୌଶଳ ବ୍ୟବହାର କରିଛି ଏବଂ ବିଶ୍ୱର ସର୍ବୋତମ ସେବା ଗୁଡିକ ସ୍ଥାପନା କରିବା ସହିତ ନୂତନ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ ସାଧନ ପାଇଁ ସୁବିଧା ସୁଯୋଗ ଯୋଗାଉଛି । ଏହି ସୁବିଧା ଓ ସୁଯୋଗ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯିବା ସହିତ ଜିରୋ ହାର୍ମ, ଜିରୋ ୱେଷ୍ଟ ଏବଂ ଜିରୋ ଡିସଚାର୍ଜ ରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
ବେଦାନ୍ତ ଲାଞ୍ଜିଗଡ ମଧ୍ୟ ପାଉଁଶ ର ବ୍ୟବହାର କରିବା ପାଇଁ ଏକ ନୂତନ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିଛି ଏବଂ ଶତ ପ୍ରତିଶତ ଫ୍ଲାଏ ଆସ୍ ର ବ୍ୟବହାର କରାଯାଇ ବାୟୁ ପ୍ରଦୂଷଣ କୁ କମ କରାଯାଇ ପାରିଛି । ଏହା ଛଡା ଶ୍ରୀ ଶର୍ମା ଆହୁରି ମଧ୍ୟ କହିଛନ୍ତି, କମ୍ପାନୀ ସବୁବେଳେ ନିଜ ଆଖପାଖରେ ଉନ୍ନତି ପାଇଁ ଚେଷ୍ଟା କରିଆସିଛି ଏବଂ ଗତ ୧୫ ବର୍ଷ ଧରି କଳାହାଣ୍ଡିର ବିକାଶରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି ।
ଆମେ ଆମର ‘ୱେଷ୍ଟ ଟୁ ୱେଲଥ’ କାର୍ଯ୍ୟକ୍ରମରେ ପର୍ଯ୍ୟାପ୍ତ ଉତ୍ସ ଏବଂ ଚେଷ୍ଟା ନିୟୋଜିତ କରିଛୁ । ଫ୍ଲାଏ ଆସ୍ କାର୍ଯ୍ୟକ୍ରମ ହେଉଛି ଏହାର ଏକ ସୁଫଳ ଉଦାହରଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲାଞ୍ଜିଗଡ ବ୍ଲକରେ ଥିବା ଫ୍ଲାଏ ଆସ୍ ଇଟା ୟୁନିଟ ଗୁଡିକ ମଧ୍ୟ ପ୍ଲାଂଟ ରୁ ବାହାରୁଥିବା ପାଉଁଶ କୁ ବ୍ୟବହାର କରି ଆତ୍ମନିର୍ଭରଶୀଳ ହୋଇ ପାରିବେ ।
ବେଦାନ୍ତ ଲାଞ୍ଜିଗଡ ବିଭିନ୍ନ ପ୍ରକାର ଇଟା ତିଆରି ୟୁନିଟ ଗୁଡିକୁ ପାଉଁଶ ଯୋଗାଇ ଆସୁଛି ଏବଂ ଆହୁରି ମଧ୍ୟ ନୂତନ ଏମ୍ଏସ୍୍ଏମ୍ଇ ସୃଷ୍ଟି କରିବା ସହିତ ନୂତନ ନିଯୁକ୍ତିରେ ମଧ୍ୟ ସାହାଯ୍ୟ କରିବ । କମ୍ପାନୀ ପରିବେଶ କୁ ଖାପ ଖୁଆଇଲା ଭଳି ଏକ ଉନ୍ନତ ସେବା ଫ୍ଲାଏ ଆସ୍ ବ୍ୟବହାର କରୁଥିବା ୟୁନିଟ ମାନଙ୍କ ପାଇଁ ତିଆରି କରିଛି, ଯାହାକି ପ୍ଲାଂଟରୁ ବାହରୁଥିବା ପାଉଁଶ କୁ ବ୍ୟବହାର କରି ଇଟା ତିଆରି କରାଯାଇ ରାସ୍ତା ଘାଟ ନିର୍ମାଣ ସହିତ ଜିଲ୍ଲାର ଉନ୍ନତିର ଅନ୍ତଃ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ।
ଅନ୍ତଃ ନିର୍ମାଣ, ପ୍ରଯୁକ୍ତି ବିଦ୍ୟା ଏବଂ ପୋଷଣିୟ ଚେଷ୍ଟା ମଧ୍ୟରେ ବେଦାନ୍ତ ଲାଞ୍ଜିଗଡ ନିଯୁକ୍ତି କ୍ଷେତ୍ରରେ ଏହି ଜିଲ୍ଲା ପାଇଁ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି । ଏହି ପ୍ଲାଂଟରେ ଓଡିଶାରୁ ୮୦% ଲୋକ ନିଯୁକ୍ତି ପାଇଥିବା ବେଳେ ପାଖାପାଖି ୬୦% ହେଉଛନ୍ତି କଳାହାଣ୍ଡି ଜିଲ୍ଲାରୁ, ଯିଏକି ରାଜ୍ୟରେ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଏକ ବୃହତମ ଆଧାର ପାଲଟିଛି ।
ଲାଞ୍ଜିଗଡ ରିଫାଇନାରି ଶୂନ୍ୟ ମଳତ୍ୟାଗ ଆଧାରରେ କାର୍ଯ୍ୟ କରିଥାଏ । ଏହା ଛଡା ଧୂଳି ଦମନ ପ୍ରଣାଳୀ ସହିତ ଜଳ ଛିଂଚନ ଏବଂ ଓଦା ସ୍କବରସ୍ ଦ୍ୱାରା ପରିବେଶ ବାୟୁର ଗୁଣବତାକୁ ନିୟନ୍ତ୍ରିତ କରିବା ପାଇଁ ନୂତନ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି ।
ରିଫାଇନାରି ଭିତରେ ଏବଂ ବାହାରେ ବାୟୁର ଗୁଣବତାକୁ ତଦାରଖ କରିବା ପାଇଁ ୬ ଟି ପରିବେଶ ବାୟୁ ଗୁଣବତା ତଦାରଖ ପ୍ରଣାଳୀ ର ବ୍ୟବହାର କରାଯାଇଛି । ରିଫାଇନାରି ଭିତରେ ଏବଂ ଆଖପାଖରେ ପାଣିର ଗୁଣବତାକୁ ଦୈନିକ ଏବଂ ସିଜିନ ଅନୁସାରେ ତଦାରଖ କରିବା ପାଇଁ କମ୍ପାନୀ ‘ଜିରୋ ଲିକ୍ୱୁଇଡ ଡିସଚାର୍ଜ ଏବଂ ରେଜୁ’ ପଲିସି ଅନ୍ତର୍ଗତ ଅଟେ । ଓଡ଼ିଶା ସମାଚାର