ଗରଦପୁର, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ର ବଙ୍ଗାଳପୁର ଗ୍ରାମ ପଂଚାୟତରେ ବିଜେଡି ତରଫରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେପି, ବିଜେଡି, କଂଗ୍ରେସ ଜୋରଦାର ପ୍ର•ର କରୁଥିବାବେଳେ ବଙ୍ଗାଳପୁର ପଂଚାୟତରେ ବିଜେଡି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମହିଳା କର୍ମୀଙ୍କୁ ନେଇ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିଛି । ବଙ୍ଗାଳପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ଅମୀୟ କୁମାର ଜେନା ନେତୃତ୍ୱ ନେଇଥିଲେ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଙ୍ଗାଳପୁର ପଂଚାୟତର ଦାୟିତ୍ୱରେ ଥିବା ଛତ୍ରପୁର ବିଧାୟକ ସୁବାସ ବେହେରା ଘର ଘର ବୁଲି ଭୋଟ ପ୍ରଚାର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ଜେନା, ଜିଲ୍ଲା ବିଜେଡି ଉପସଭାନେତ୍ରୀ ଶାନ୍ତିଲତା ବେହେରା, ବିଜେଡି ନେତା ନାରାୟଣ ସ୍ୱାଇଁ, ବ୍ଲକ୍ ବିଜେଡି ମହିଳା ସଭାନେତ୍ରୀ ସୁଜାତା ମିଶ୍ର, ବିଜେଡିର ବ୍ଲକ୍ ସଭାପତି ଶୈଳେନ୍ଦ୍ର ମହାନ୍ତି, ବଙ୍ଗାଳପୁର ସମିତି ସଭ୍ୟ ଜ୍ୟୋତିରଂଜନ ନାୟକ, ପୂର୍ବତନ ଜିଲାପରିଷଦ ସଭ୍ୟ ସନ୍ତୋଷ ମାହାଳି, କେ. ବି. ରାଖାଲ, ଦିଲ୍ଲିପ ସେଠୀ, ବିଶ୍ୱରଂଜନ ସ୍ୱାଇଁ, ଦୀପକ ରାଉତ, ସନ୍ତୋଷ ମଲ୍ଲ, ରଶ୍ମିରଂଜନ ନାୟକ, ରମାକାନ୍ତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
