କେନ୍ଦ୍ରାପଡା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)-ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟ ତଦାରଖ ପାଇଁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ୩ଟି ଫ୍ଲାଇଙ୍ଗ ସ୍କ୍ୱାଡ ମୁତୟନ କରାଯାଇଛି । ଗରଦପୁର ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ, ଡେରାବିଶ ତହସିଲର ଅତିରିକ୍ତ ତହସିଲଦାର ଭୋଳାନାଥ ସେଠୀ ଓ ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ନେତୃତ୍ୱରେ ୩ଟି ଟିମ୍ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଶରେ ପ୍ରଚାର କାର୍ଯ୍ୟରେ ଲିପ୍ତ ଥିବା ଯାନଗୁଡିକୁ ତଦାରଖ କରି ଆବଶ୍ୟକ କାଗଜପତ୍ର ଯାଂଚ କରିବା ସହ ଗାଡିରେ ଥିବା ବ୍ୟକ୍ତି ବିଶେଷଙ୍କୁ ତଲାସ କରୁଥିବା ଜଣାପଡିଛି । ନିର୍ବାଚନରେ କଳାଟଙ୍କାକୁ ଜବତ କରିବା ସହ ଓ ଅର୍ଥବଳକୁ ପ୍ରୟୋଗକୁ ପ୍ରତିହତ କରି ସ୍ୱଚ୍ଛ ନିରପେକ୍ଷ ନିର୍ବାଚନ ପାଇଁ ଜାରି ଥିବା ନିର୍ଦ୍ଦେଶନାମାକୁ କଡାକଡି ଭାବେ ପାଳନ କରାଯାଉଛି । ଏହି ୩ଟି ଟିମ ସହିତ ପୁଲିସ ଓ କ୍ୟାମେରା ମ୍ୟାନ ରହି ଯାଂଚ ସମୟର ସମସ୍ତ ଘଟଣାକୁ ରେକର୍ଡିଂ କରୁଥିବା ଜଣାପଡିଛି । ଓଡ଼ିଶା ସମାଚାର