ପାଟକୁରା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ପକ୍ଷରୁ ପାଟକୁରା ନିର୍ବାଚନ ମଣ୍ଡଳୀର ପାଟକୁରା ପଂଚାୟତରେ ୧ମ ପର୍ଯ୍ୟାୟରେ ବୁଧବାର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦଳର ଛାମୁଆଁ କର୍ମମର୍ତାମାନଙ୍କ ଉପସ୍ଥିତିରେ ପାଟକୁରାସ୍ଥିତ କହ୍ନେଇଲାଲଜୀଉଙ୍କ ମଠ ପରିସରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଟକୁରା ପଂଚାୟତର ଦଳୀୟ ପର୍ଯ୍ୟବେକ୍ଷକ ଦାଇତ୍ୱରେ ରହିଥିବା କୋରେଇର ବିଧାୟକ ଅଶୋକ କୁମାର ବଳ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଦଳୀୟ କର୍ମକର୍ତାମାନଙ୍କୁ ସୂଚନା ଦେବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗରଦପୁର ବ୍ଲକର ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବହୁ ସଂଖ୍ୟକ ବିଜୁ ଜନତା ଦଳର ମହିଳା ଓ ଯୁବ କର୍ମୀ ମାନେ ପାଟକୁରା ଓ ଜଗଦ୍ଦଳପୁର ଗ୍ରାମରେ ଥିବା ୫ ଗୋଟି ୱାର୍ଡରେ ରହିଥିବା ପ୍ରତି ଘରକୁ ଯାଇ ସେଠାରେ ଥିବା ସାଧାରଣ ଭୋଟରମାନଙ୍କୁ ରାଜ୍ୟରେ ଚାଲିଥିବା ନବୀନ ସରକାକାରଙ୍କର ବିଭିନ୍ନ ଲୋକାଭିମୂଖୀ ଜନ ହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟରେ କରାଯାଉଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ବିଧାନ ସଭା ନିର୍ବାଚନରେ ଦଳୀୟ ବିଧାୟିକା ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବଦେନ କରିଥିଲେ । ଏହି କାର୍ଯ୍ୟ୍ରକମରେ ପାଟକୁରା ପଂଚାୟତର ସରପଂଚ ସୂର୍ଯ୍ୟମଣୀ ସେଠୀ,ପାଟକୁରା ପଂଚାୟତର ବିଜେଡି ସଭାପତି ଯଶୋବନ୍ତ ମହାନ୍ତି.ଦୀପକ୍ କୁମାର ପାଣି,କାମିନ ମଳିକ୍,ସମିତି ସଭ୍ୟା ମମତା ମଲ୍ଲିକ,ପ୍ରଦୀପ୍ କୁମାର ବେହେରା,ଉମାକାନ୍ତ ନାୟକ,ସୁରେଶଚନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇ ଥିଲେ । ଓଡ଼ିଶା ସମାଚାର
ଯୁବ ବିଜେଡି ବୈଠକ
ପାଟକୁରା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର କର୍ମକର୍ତାମାନେ ସେତିକି ଚଳଚଂଚଳ ହୋଇ ପଡିଛନ୍ତି । ପାଟକୁରାସ୍ଥିତ କହ୍ନେଇଲାଲଜୀଉଙ୍କ ମଠ ପରିସରରେ ଆଜି ପାଟକୁରା ପଂଚାୟତର ଯୁବ ବିଜେଡି କର୍ମକର୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗ୍ରାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇ ଥିଲା । ପଂଚାୟତରେ ଥିବା ମୋଟ୧୭ ଗୋଟି ୱାର୍ଡରେ ରହିଥିବା ପ୍ରାୟ ୬ ହଜାର ଭୋଟରମାନଙ୍କ ମଧ୍ୟରୁ କିପରି ଅଧିକ ସଂଖ୍ୟକ ମତଦାନ ଦଳ ସପକ୍ଷରେ ଯାଇ ପାରିବ ସେ ନେଇ ରଣ କୌଶଳ କରାଯାଇଥିଲା । ଲୋକମାନଙ୍କ ନିକଟରେ ରାଜ୍ୟ ସରକାରଙ୍କର ଲୋକାଭିମୂଖୀ ଯୋଜନା ଓ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ କିପରି ସହଜରେ ପହଂଚିି ପାରିବ ସେ ନେଇ ଦଳୀୟ ପର୍ଯ୍ୟବେକ୍ଷକ ତଥା କୋରେଇ ବିଧାୟକ ଅଶୋକ କୁମାର ବଳ ଯୁବ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଦଳୀୟ ପର୍ଯ୍ୟବେକ୍ଷକ ତଥା କୋରେଇ ଶ୍ରୀ ବଳ ଉପସ୍ଥିତ ରହି ଯୁବ ବିଜେଡି କର୍ମୀମାନଙ୍କୁ ସଂଗଠନକୁ ସୁଦୃଢ କରାଯିବା,ଦଳୀୟ କର୍ମକର୍ତାମାନଙ୍କ ମଧ୍ୟରେ ମନୋବଳକୁ ମଜବୁତ୍ କରି କାର୍ଯ୍ୟକୁ ଆଗେଇ ନେବା ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଗରଦପୁର ବ୍ଲକ ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି ,ଉମାକାନ୍ତ ନାୟକ,ପ୍ରିୟଦର୍ଶୀ ମହାନ୍ତି,ସୁଦିପ୍ତ ରଞ୍ଜନ ସାମଲ ଓ ମମତା ମଲିକ୍ ପ୍ରମୁଖ ବହୁ ଯୁବକମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର