Monday , October 18 2021
Breaking News
Home / ବିଶେଷ / ଦିବ୍ୟାଙ୍ଗଙ୍କ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ

ଦିବ୍ୟାଙ୍ଗଙ୍କ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ

ବାଙ୍କୀ, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ଗତ ରବିବାର ସନ୍ଧ୍ୟାରେ ବାଙ୍କୀବଜାରସ୍ଥିତ ନୃସିଂହ ଛକଠାରେ ଦିବ୍ୟାଙ୍ଗ ଯୁବକ, ଯୁବତୀଙ୍କଦ୍ୱାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲା ମାଳତୀ ପାଟପୁର ଗ୍ରାମର ମା’ ବଟମଙ୍ଗଳା ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୨ଜଣ ଦୃଷ୍ଟିହୀନ ଯୁବକ, ଯୁବତୀ ସୁଲଳିତ କଣ୍ଠରେ ପ୍ରଭୂ ଜଗନ୍ନାଥଙ୍କର ଭଜନ ପରିବେଷଣ କରିଥିଲେ । ଭଜନ ଶୁଣିବା ପାଇଁ ନୃସିଂହ ଛକରେ ପ୍ରବଳ ଜନସମାଗମ ହୋଇଥିଲା । ପବିତ୍ର ଶ୍ରୀଗୁଣ୍ଡିଚାଠାରୁ ବାହୁଡା ପର୍ଯ୍ୟନ୍ତ ବିଭିନ୍ନ ଜାଗାକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କର ଭଜନ ସନ୍ଧ୍ୟାରେ ଜଗନ୍ନାଥ ମହିମାର ଗୁଣଗାନ କରିବା ଏକ ପ୍ରୟାସ ବୋଲି କଳାକାରମାନେ ସଙ୍ଗୀତ ଗାନ କରୁଥିବା ସମୟରେ ଦର୍ଶକଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ । ବାଦ୍ୟଯନ୍ତ୍ରଠାରୁ ସଙ୍ଗୀତ ଗାନ ପର୍ଯ୍ୟନ୍ତ ସମସ୍ତ କଳାକାର ଦୃଷ୍ଟିବାଦିତ ଓ ଦିବ୍ୟାଙ୍ଗ ଥିଲେ । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *