ପାଟକୁରା,୧୦/୭/୨୦୧୯(ଓଡ଼ିଶା ସମାଚାର)- ବିଜେଡ଼ି ର ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କ ପରଲୋକ ଯୋଗୁ ସ୍ଥଗିତ ଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେଡ଼ି ଓ ବିଜେପି ନିର୍ବାଚନ ପ୍ରଚାର କାର୍ଯ୍ୟ ଯୋରଦାର କରିଛନ୍ତି । ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହାଇଟେକ୍ ବସ ରେ ପାଟକୁରା ଗସ୍ତ ରେ ଆସି ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ତେଣ୍ଡାକୁଡ଼ା ପଂଚାୟତରେ ବିଜେଡ଼ି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେଣ୍ଡାକୁଡ଼ା କଟକିଆ ମହଲା,ମିରଜା ମହଲା,ମିର ମହଲାର ୧ ନଂ, ୨ନଂ,୧୧ନଂ,୧୨ ନଂ ଓ ୧୩ ନଂ ୱାର୍ଡ଼ ରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଏହି ୱାର୍ଡ଼ ଗୁଡ଼ିକ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର । ଏହି କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ମହିଳା ହାତରେ ଦଳିୟ ପତାକା ଓ ଶଙ୍ଖ ଚିତ୍ର ପୋଷ୍ଟର ଧରି ସାମିଲ ହେବା ବେଶ୍ ଉତ୍ସାହ ଜନକ ଥିଲା । ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, କେନ୍ଦ୍ରାପଡ଼ା ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ମିର ଗୋଲାମ ହୋସେନ୍,ଅବ୍ଦୁଲ କାଲାମ (ମୁନା ସର୍ଦ୍ଦାର),ମିର ଗୋଲାମ ଜିଲାନୀ,ପୂର୍ବତନ ସରପଂଚ ରବିନ୍ଦ୍ର କୁମାର ମହାପାତ୍ର,ତେଣ୍ଡାକୁଡ଼ା ପଂଚାୟତ ବିଜେଡ଼ି ସଭାପତି ଅମୂଲ୍ୟ ସିଂହ,ମେହେମୁଦ୍ଦିନ୍,ଅମ୍ବାରୀ ଫିରଦୋଷ,ସବିନା ବିବି, ଫାତମା ବିବି,ଆସମା ବିବି, ସତ୍ୟରଂଜନ ଦାଶ,ଦିଲିପ ସ୍ୱାଇଁ,ମିର ତମିଜ ଅଲ୍ଲୀ,ମିର ବାଉଲ ହକ୍,ରମାକାନ୍ତ ବିଶ୍ୱାଳ,ଦିଲଦାର ଖାନ୍ ,ମିର ମେହେମୁଦିନ୍,ମିର ମୁସ୍ତାକ ଅଲ୍ଲୀ,ଅକିଲ ଖାନ୍ , ମିର ଫରିଦ ଅଲ୍ଲୀ,ଜିଶାନ ବାବୁ, ସେକ୍ ରିଆସତ ଅଲ୍ଲୀ ଓ ଏସଏଚଜି ଗୃପ୍ ର ମହିଳା ମାନେ ଏହି କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବିଧାନ ସଭା ନିର୍ବାଚନରେ ଶଙ୍ଖ ଚିହ୍ନରେ ସାବିତ୍ରୀ ଅଗ୍ରୱାଲାଙ୍କୁ ଭୋଟ ଦେନଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରାର ପୂର୍ବତନ ବିଧାୟକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇଥିଲେ ।
ଏକ ପଥପ୍ରାନ୍ତ ସଭାରେ ଉପସ୍ଥିତ ଶତାଧିକ ମହିଳା ଓ ପୁରୁଷଙ୍କୁ ଉଦବୋଧନ ଦେଇ ସବ୍ୟସାଚୀ କହିଲେ ପାଟକୁରା ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱତନ୍ତ୍ର ଫୋକସ ରହିଛି । ତନ୍ମଧ୍ୟରୁ ତେଣ୍ଡାକୁଡ଼ାର ସ୍ଥାନ ସ୍ୱତନ୍ତ୍ର । ମୁଁ ପାଟକୁରା ବିଧାୟକ ଥିଲାବେଳେ ତେଣ୍ଡାକୁଡ଼ାରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି । ମୋ ପରେ ବେଦୁଭାଇ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି । ମୁଁ ସବୁବେଳେ ତେଣ୍ଡାକୁଡ଼ା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଏ । ପାଟକୁରା ବିଧାୟକ ନଥାଇ ମଧ୍ୟ ଆପଣ ମାନଙ୍କ ଭଲ ପାଇବା ଯୋଗୁ ମୁଁ ଆପଣମାନଙ୍କ ପାଖକୁ ସୁଖ ଦୁôଃଖରେ ଆସିଥାଏ । ପାଟକୁରା ବିଧାୟକ ନଥାଇ ମଧ୍ୟ ଇଦ ରେ ମୁଁ ଆପଣ ମାନଙ୍କ ପାଖକୁ ସବୁବେଳେ ଆସିଥାଏ । ଆପଣମାନେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ସାବିତ୍ରୀ ଅଗ୍ରୱାଲାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଦଳର ସମ୍ମାନ ରଖିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ପାଟକୁରା ବିକାଶରେ ସହଯୋଗ କରନ୍ତୁ । ଆପଣ ମାନଙ୍କର ଯାହାସବୁ ସମସ୍ୟା ରହିଛି ତାହାର ସମାଧାନ ପାଇଁ ମୁଁ ନିଯେ ଦେଖିବି । ତେଣ୍ଡାକୁଡ଼ା ପଂଚାୟତ ଦାୟୀତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ପଡ଼ୋସି କଟକ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ଚନ୍ଦ୍ରସାରଥି ବେହେରା ଉଦବୋଧନ ଦେଇ ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବହୁବିଧ ଯୋଜନା କରିଛନ୍ତି । ଏଥିସହ ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀ ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା କରିଛନ୍ତି । ଆପଣମାନେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରନ୍ତୁ ବୋଲି ନିବେଦନ କରିଥିଲେ । ଓଡ଼ିଶା ସମାଚାର