କୁଜଙ୍ଗ,୧୦/୦୭/୨୦୧୯ (ଓଡ଼ିଶା ସମାଚାର)- କୁଜଙ୍ଗ ବ୍ଲକରେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ଅଭିଯୋଗ ଶୁଣାଣି ଶିବିର ସ୍ଥାନୀୟ ସୂଚନା କେନ୍ଦ୍ର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୧୧୭୪ ଅଭିଯୋଗ ପଞ୍ଜୀକରଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂକ୍ରାନ୍ତ ୧୪୯ ରହିଥିଲା । ଯଥା ଇନ୍ଦିରା ଅବାସ, ବିଜୁପକାଘର ସମନ୍ଧୀୟ ୯୨ଟି,ରେଶନକାର୍ଡ଼ ସମ୍ପର୍କୀତ ୮ଟି, ଭତା ସମନ୍ଧୀୟ୯ଟି, ଆଇନ ସହାୟତା ସମନ୍ଧୀୟ୪ଟି,ପାନୀୟ ଜଳ ସମସ୍ୟା ସମ୍ପର୍କୀତ ୫ଟି, ଜମିଜମା ସମସ୍ୟା ୭, ଅନ୍ୟାନ୍ୟ ୨୪, ଗ୍ରାମ ସମ୍ପର୍କୀତ ୨୨ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସଂକ୍ରାନ୍ତ ୩ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ଏହି ଅବସରରେ ଜିଲାପାଳ ତୁରନ୍ତ କିଛି ଅଭିଯୋଗର ଫଇସଲା କରିଥିଲେ । ସେହିପରି ସୋମବାର ପ୍ରମୁଖ ଅଭିଯୋଗ ମଧ୍ୟରେ ଆଂଚଳିକ ସୁରକ୍ଷା ସମିତି ପକ୍ଷରୁ ଭୂତମୁଣ୍ଡାଇଠାରେ ପାରାଦୀପ ବନ୍ଦର ପକ୍ଷରୁ ନିର୍ମାଣ ଉଦ୍ୟମ କରାଯାଉଥିବା ଟ୍ରକ ଟର୍ମିନାଲକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଦାବି କରାଯାଇଥିଲା । ଜିଲାପାଳ ଏହି ସମସ୍ୟାକୁ ବ୍ୟକ୍ତିଗତଭାବେ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ବୋଲି କହିଥିଲେ । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏସପି ସୁଧା ସିଂହ,ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ଉପଜିଲାପାଳ ମହେନ୍ଦ୍ରପ୍ରସାଦ ମହାନ୍ତି,କୁଜଙ୍ଗ ତହସିଲଦାର ରମେଶ ପଣ୍ଡା,ବିଡ଼ିଓ କିଶୋରଚନ୍ଦ୍ର ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର