ସାଲେପୁର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା)- ଦୁଇଦିନ ଧରି ଜନୈକ ଯୁବକର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ନେଇ ସାଲେପୁର ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ ଭାଇରାଲ ଭିଡ଼ିଓରୁ ଜାଣିବାକୁ ମିଳୁଛି ଯେ ଗତ ୬ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରାଦେଇପୁର ଅଂଚଳର ଯୁବକ ଜଣକ ଅରବିନ୍ଦମାର୍ଗରେ ଥିବା ଜନୈକ ବ୍ୟକ୍ତିଘରେ ପଶି ଚୋରୀ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ଉଠିପଡ଼ି ଯୁବକ ଜଣକୁ କାବୁ କରିବା ସହ ମାରଧର କରି ତା’ର ଭିଡ଼ିଓ ଉତୋଳନ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଭିଡ଼ିଓ ଜଣାପଡ଼ୁଛି ଯେ ଯୁବକ ଜଣକର ନାଁ କାଳିଆ ହୋଇଥିବା ବେଳେ ତାର ଘର ଚନ୍ଦ୍ରାଦେଇପୁର ଅଂଚଳରେ ଓ ସଂପୃକ୍ତ ଯୁବକ ନାଆଁରେ ସାଲେପୁର ଥାନାରେ ଏକାଧିକ ଚୋରୀମାମଲା ଥିବା ଜଣାଯାଇଛି । ଅପରପକ୍ଷରେ ଏହି ଘଟଣାକୁ ନେଇ ସାଲେପୁର ଥାନାରେ କୈାଣସି ମାଲା ରୁଜୁ ହୋଇନଥିବା ଜଣାଯାଇଛି । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …