ସାଲେପୁର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା)- ସାଲେପୁର ମହାବିଦ୍ୟାଳୟର ବିକାଶ ଓ ଉନ୍ନତି ଦିଗରେ କେନିଆ ସାଂସଦ ଦେଇଥିବା ୫ଲକ୍ଷ ଟଙ୍କା ମହାବିଦ୍ୟାଳୟର ଆକାଉଣ୍ଟରେ ଜମା କରାନଯାଇ ନଥିବାରୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଶତାଧିକ ପୁରାତନ ଛାତ୍ର ମାନେ ଏ ନେଇ କଲେଜ ଅଧ୍ୟଙ୍କୁ ଏକ ପ୍ରକାର ଘେରୋଉ କରିବା ନେଇ କଲେଜ ପରିସରରେ ତିବ୍ର ଉତେଜନା ପ୍ରକାଶ ପାଇଥିଲା । ପ୍ରକାଶ ଯେ ଗତ ୧୨.୦୧.୨୦୧୮ ରେ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ କେନିଆର ସାଂସଦ ସ୍ୱରୂପ କୁମାର ମିଶ୍ର ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ବିକାଶ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଇତି ମଧ୍ୟରେ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ସାଂସଦ ଶ୍ରୀ ମିଶ୍ର ଦେଇଥିôବା ୫ଲକ୍ଷ ଟଙ୍କର ହିସାବ ମିଳୁ ନଥିବା ବେଳେ ଏହି ଟଙ୍କା କଲେଜ ଆକାଉଂଟରେ ଜମା ହୋଇ ନଥିôବା ବିଶେଷ ସୂତ୍ରରୁ ଜଣାପଡ଼ିବା ପରେ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିବ୍ର ଉତେଜନା ପ୍ରକାଶ ପାଇଥିଲା । ଏ ନେଇ କଲେଜର ପୁରାତନ ଛାତ୍ର ସଂସଦର ସଭାପତି ରବୀନ୍ଦ୍ର ନାଥ କର , ନନ୍ଦ କିଶୋର ଭୂୟାଁ, ଜୟରାମ ବେହେରା, ମିତୁ ମଲ୍ଲ, ବିଶ୍ୱମୋହିତ କର, ବିରଂଚିନାରାୟଣ କର, ଜୟଦେବ ଶତପଥି, ରାଜେଶ ମହାନ୍ତି, ମନୋଜ ବେହେରା, ସୟଦ ଗୁଲଜର ଅଲ୍ଲୀ, ବାପୁ ଷଢ଼ଙ୍ଗୀଙ୍କ ସମେତ ଶତାଧିକ ପୁରାତନ ଛାତ୍ର ଏହି ଟଙ୍କା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାକୁ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପହଂଚି ଥିଲେ । ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ଅଧ୍ୟକ୍ଷ କାର୍ଯ୍ୟାଳୟକୁ ନ ଆସିବାରୁ କିଛି ସମୟ ପାଇଁ ସେଠାରେ ଉତେଜନା ଦେଖାଦେଇଥିଲା । ଶେଷରେ କଲେଜ ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ମହାନ୍ତି ଏହି ୫ଲକ୍ଷ ଟଙ୍କାର ଚେକ୍ ସଂପର୍କରେ ପ୍ରଥମେ ସନ୍ତୋଷ ଜନକ ଉତର ଦେଇପାରି ନଥିଳେ । ଶେଷରେ ଏହି ୫ଲକ୍ଷ ଟଙ୍କା ଚେକ୍ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ନେଇଥିôବା କଲେଜ ଚିଠି ନଂ ୬୮୪/୨୦୧୯ ରେ ଲିଖିତ ଭାବେ ଉପସ୍ଥିତ ପୁରାତନ ଛାତ୍ରମାନଙ୍କୁ ଜଣାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏହି ଘଟଣାକୁ ନେଇ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏହି ଚେକ୍ ସଂପର୍କରେ ଆମ ପ୍ରତିନିଧି ସାଲେପୁର ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ପୂର୍ବତନ ବିଧାୟକ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ଶ୍ରୀ ବେହେରା କହିଲେ ସାଂସଦ ଦେଇଥିବା ଅର୍ଥ କଲେଜର ବିକାଶ ପାଇଁ ଖର୍ଚ୍ଚ ହେବ । ଓଡ଼ିଶା ସମାଚାର