ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡିଶାର ଅଗ୍ରଣୀ ରିୟଲଇଷ୍ଟେଟ୍ ସଂସ୍ଥା ଏସ ଜେ ଡେଭଲପର୍ସ ନିଜର ବିଶ୍ୱସ୍ତରୀୟ ବିଳାସପୂର୍ଣ୍ଣ ଭ୍ୟାକେସନ୍ ହୋମ୍ ଓ ରିସୋର୍ଟ ପ୍ରୋଜେକ୍ଟ ‘ରୟାଲ ପାମ୍ ଭିଲେଜ୍’ ଆରମ୍ଭ ବିଷୟ ଘୋଷଣା କରିଛି । ଏସ ଜେ ଡେଭଲପର୍ସର ଏହି ପ୍ରକଳ୍ପ ସାତଶଙ୍ଖ ପୁରୀଠାରେ ୧୮.୫ଏକର ଜାଗାରେ ଏବଂ ସବୁଜ ପରିବେଶ ମଧ୍ୟରେ ପରିବ୍ୟାପ୍ତ ।
ଏହି ଅବସରରେ ଏସ ଜେ ଡେଭଲପର ସ ପକ୍ଷରୁ ରୟାଲ ଭିଲେଜ୍ ରିସୋର୍ଟରେ ଥିବା କନଭେସନ୍, ସ୍ପା ଓ ରିସୋର୍ଟର ପରିଚାଳନା ନିମନ୍ତେ ମେଫେୟାର ହୋଟେଲ ଏବଂ ରିସୋର୍ଟ ସହ ଆସୋସିଏସନ୍ ବିଷୟ ଘୋଷଣା କରିଛି ।
ଏହି ଆସୋସିଏସନ୍ ବିଷୟ ଘୋଷଣା କରି ଏସଜେ ଡେଭଲପର୍ସ ଆଣ୍ଡ ହାଉସିଂ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ସାଧକ ମିଶ୍ର କହିଲେ, ଆମର ସାତଶଙ୍ଖ ପୁରୀଠାରେ ରୟାଲ ପାମ ଭିଲେଜ୍ର ରିସୋର୍ଟର ପରିଚାଳନା ନିମନ୍ତେ ମେଁ ଫେୟାର ହୋଟେଲ ଏବଂ ରିସୋର୍ଟ ସହ ଆସୋସିଏଟ୍ ହୋଇ ଆମେ ଖୁବ୍ ଆନନ୍ଦିତ । ମେଁ ଫେୟାର ସହ ଆମର ଏହି ଆସୋସିଏସନ୍ ପ୍ରକଳ୍ପରେ ଭିଲ୍ଲା କ୍ରୟ କରିଥିବା ଗ୍ରାହକମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଆମେନିଟିସ୍ ସୁବିଧା ସେବାର ଅନୁଭୂତି ପ୍ରଦାନ କରିବ । ମୋର ଆଶା ଏହି ଅତ୍ୟାଧୁନିକ ଭିଲ୍ଲା ଗ୍ରାହକମାନଙ୍କ ସ୍ୱପ୍ନର ଭ୍ୟାକେସନ୍ ହୋମ୍ ପୂର୍ଣ୍ଣ କରିବା ସହ ଦୀର୍ଘକାଳୀନ ନିବେଶର ସୁଯୋଗ ଆଣିବ ।
ରୟାଲ ପାମ୍ ଭିଲେଜ୍ରେ ୬୮ଟି ୨ବିଏଚ୍କେ ଏବଂ ୫୨ଟି ୧ବିଏଚ୍କେ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଭିଲ୍ଲା ରହିଛି । ଯେଉଁଥିରେ ପ୍ରାଇଭେଟ୍ ସୁଇମିଂ ପୁଲ, ଉଡେନ୍ ଡେକ୍, ଲନ୍ ଏବଂ ପ୍ରାଇଭେଟ୍ କାର ପାର୍କିଂ ଆଦି ଉପଲବ୍ଧ । ଏହି ପ୍ରକଳ୍ପର ଡିଜାଇନ୍ କୋଲକାତାର ‘ଇନେଟ୍’ ସଂସ୍ଥା କରିଥିବାବେଳେ ଭାରତର ସ୍ୱନାମଧନ୍ୟ କେରଳର ଆୟର ଆଣ୍ଡ ମହେଶ ଆର୍କିଟେକ୍ଟ ଏହାର ଇନ୍ଟେରିୟର୍ କରିଛନ୍ତି ।
ନଡିଆ ଗଛର ସବୁଜିମା ମଧ୍ୟରେ ଥିବା ରୟାଲ ପାମ୍ ଭିଲେଜ୍ରେ ଫିସିଂ ପଣ୍ଡ, ୱାକିଂ ଟ୍ରାକ୍, ଛୋଟ ପିଲାଙ୍କ ପାଇଁ ଖେଳିବା ଜୋନ୍, ଆଉଟ୍ ଡୋର ଗେମ୍, ମନ୍ଦିର ଆଦି ରହିଛି । ହାଇ ସିକ୍ୟୁରିଟି ଗେଟେଡ୍ କ୍ୟାମ୍ପସ୍ ମଧ୍ୟରେ ଥିବା ଏହି ପ୍ରକଳ୍ପରେ ୧୦୦% ପାୱାର ବ୍ୟାକ୍ଅପ୍ ସହ ଅନୁଭବୀ ଫ୍ୟାସିଲିଟି ମ୍ୟାନେଜମେନ୍ଟ ଟିମ୍ ଦ୍ୱାରା ସେବା ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି ।
ଏହି ଅବସରରେ ମେଁଫେୟାର ହୋଟେଲ ଏବଂ ରିସୋର୍ଟସର ସେଲ୍ସ ଏବଂ ମାର୍କେଟିଙ୍ଗ ବିଭାଗର ଆସୋସିଏଟ୍ ଭାଇସ୍ ପ୍ରେସିଡେନ୍ଟ ପ୍ରଦୀପ୍ତ ମହାପାତ୍ର କହିଲେ, ଆମର ଚେୟାରମ୍ୟାନ୍ ଏବଂ ମାନେଜିଂ ଡିରେକ୍ଟର ଦିଲ୍ଲୀପ୍ ରାୟଙ୍କ ନେତୃତ୍ୱରେ ମେଫେୟାର ହୋଟେଲ ଏବଂ ରିସୋର୍ଟସ୍ ସାତଶଙ୍ଖ ପୁରୀଠାରେ ହେବାକୁ ଥିବା ‘ରୟାଲ ପାମ୍ ଭିଲେଜ୍’ର ରିସୋର୍ଟର ପରିଚାଳନା ନିମନ୍ତେ ଏସ ଜେ ଡେଭଲପରର୍ସ ସହ ଅନୁବନ୍ଧିତ ହୋଇ ଖୁବ୍ ଆନନ୍ଦିତ । ରୟାଲ ପାମ୍ ଭିଲେଜ୍, କନଭେନ୍ସନ୍ ଛୁଟିକାଳୀନ ଅବସର ବିନୋଦନ ଏବଂ ଡେସ୍ଟିନେସନ୍ ୱେଡିଂ ନିମନ୍ତେ ଏକ ପ୍ରକୃଷ୍ଟ ସ୍ଥାନ । “ସ୍ଟେ ଉଇଥ୍ ଅସ୍ ଆଣ୍ଡ ଉଇଥ୍ ନେଚର୍” ଥିମ୍ରେ ଏହି ରିସୋର୍ଟର ପରିକଳ୍ପନା କରାଯାଇଛି । ଏହିଭଳି ଏକ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ପ୍ରକଳ୍ପର ପରିଚାଳନା କରିବା ନିମନ୍ତେ ଆମେ ଖୁବ୍ ଉତ୍ସାହିତ ।
ଏହି ପ୍ରକଳ୍ପରେ ଭିଲ୍ଲାଗୁଡିକୁ ଖୁବ୍ ସୁନ୍ଦର ଭାବରେ ଡିଜାଇନ୍ କରାଯାଇଛି । ଯାହାଫଳରେ ଗ୍ରାହକ ରିସୋର୍ଟ ସ୍ଟାଇଲ ଲିଭିଂର ଅନୁଭୂତି ପାଇପାରିବେ । ୧୮.୫ଏକର ପରିବ୍ୟାପ୍ତ ଏହି ପ୍ରକଳ୍ପଟି ୨ ଭାଗରେ ବିଭକ୍ତ ୬ ଏକର ଜାଗାରେ ରିସୋର୍ଟ ହୋଇଥିବାବେଳେ ୧୨.୫ଏକର ଜାଗାରେ ରେସିଡେନ୍ସିଆଲ ଭିଲ୍ଲା ରହିଛି ।
ଭୁବନେଶ୍ୱର, ପୁରୀ, କୋଣାର୍କ ଆଦି ପ୍ରମୁଖ ସ୍ଥାନ ଗୁଡିକରେ ନିକଟତର ଥିବା ଏହି ପ୍ରକଳ୍ପରେ ବାନ୍କୁଇଟ୍ ଲନ୍, ସୁଇମିଂପୁଲ, ବିଶାଳ କନ୍ଭେନ୍ସନ୍ ସେନ୍ଟର, ୱେଲନେସ୍ ସେନ୍ଟର, ସ୍ପା, ୪୨ଟି ସ୍ପା ଭିଲ୍ଲା ଆଦି ରହିଛି । ଯାହା ଛୁଟି କଟାଇବା, କର୍ପୋରେଟ୍ ମିଟିଂ ଏବଂ ଡେସ୍ଟିନେସନ୍ ୱେଡିଂ ନିମନ୍ତେ ଏକ ପ୍ରକୃଷ୍ଟ ସ୍ଥାନ ହୋଇପାରିବ ।
ରୟାଲ ପାମ୍ ଭିଲେଜ୍ରେ ୧୧୭୫ ସ୍କୋୟାରଫୁଟ୍ର ୨ ବିଏଚ୍କେ ଭିଲେଜ୍ର ଦାମ୍ ୯୨.୫ ଲକ୍ଷ ଟଙ୍କା ଏବଂ ୬୬୩ ସ୍କୋୟାରଫୁଟ୍ ବିଏଚ୍କେ ଭିଲ୍ଲାର ଦାମ୍ ୬୦ଲକ୍ଷ ଟଙ୍କା । ପ୍ରତ୍ୟେକ ଭିଲ୍ଲାରେ ଏକ ପ୍ରାଇଭେଟ୍ ସୁଇମିଂ ପୁଲ ରହିଛି ।
ଏହି ଅବସରରେ ଉପସ୍ଥିତ ଏସ ଜେ ଡେଭଲପରର୍ସ ଆଣ୍ଡ ହାଉସିଂ ପ୍ରାଇଭେଟ୍ ଲିମିଟେଡ୍ର ଡାଇରେକ୍ଟର ମାତୃଦତ ମିଶ୍ର କହିଲେ, “ଏସ ଜେ ସବୁ ସମୟରେ ନିଜର ପ୍ଲାନିଂ, ଡିଜାଇନିଂ, ଏକ କ୍ୱାଲିଟି କାର୍ଯ୍ୟ ନିମନ୍ତେ ପ୍ରତିଶୃତିବଦ୍ଧ । ରୟାଲ ପାମ୍ ଭିଲେଜ୍ ଫେଜ୍ -୧ର କାର୍ଯ୍ୟରେ ଏହା ସଂପୂର୍ଣ୍ଣ ଭାବେ ପ୍ରତିଫଳିତ ହୋଇଛି । ମେଁଫେୟାର ଗ୍ରୁପ୍ ଦ୍ୱାରା ପରିଚାଳିତ ରିସୋର୍ଟ ସହିତ ଯୁକ୍ତ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଭିଲ୍ଲା କିଣିବା ପାଇଁ ଏହା ଏକ ଆଜୀବନ ସୁଯୋଗ ।
ସାତଶଙ୍ଖ ଠାରେ ୧୮.୫ଏକର ପରିମିତ ଏହି ପ୍ରକଳ୍ପ ଓଡିଶାର ଐତିହ୍ୟ ଏବଂ ସଂସ୍କୃତିକୁ ପ୍ରତିଫଳିତ କରୁଛି ଏବଂ ଏହା ଏଠାକୁ ଆସିଥିବା ଲୋକମାନଙ୍କୁ ପ୍ରକୃତିର ନିକଟତର କରାଇବ । ଓଡ଼ିଶା ସମାଚାର