Tuesday , December 7 2021
Breaking News
Home / ନିର୍ବାଚନ / ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ,ରାଜନିତୀ ସେତିକି ଉଷ୍ମ ହେଉଛି

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ,ରାଜନିତୀ ସେତିକି ଉଷ୍ମ ହେଉଛି

 ପାଟକୁରା, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ବିଧାନ ସଭା ଆସନ ପାଇଁ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ନିର୍ବାଚନି ଉଷ୍ମତା ସେତିକି ପରିମାଣରେବୃଦ୍ଧି ପାଉଥିବାର ଦେଖାଯାଉଛି । ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମାହୋଲ ଯେତିକି ଉଷ୍ମ ହେଉଛି ରାଜ୍ୟ ରାଜନିତି ବି ସେତିକି ପରିମାଣରେ ସରଗରମ ହେବାରେ ଲାଗିଛି । ଏହି ଆସନକୁ ହାତେଇବା ପାଇଁ ପ୍ରମୁଖ ବିଜେଡି ଓ ବିଜେପି ଦୁଇ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଜଣାପଡିଛି । ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ଦୀର୍ଘ ଦିନ ଧରି ଥଣ୍ଡା ପଡି ଯାଇ ଥିବା ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇବାରେ ଲାଗିଛି । ନେତା.କର୍ମୀ ଓ ଦଳିୟ ସମର୍ଥକ ମାନେ ଏକାଠି ହୋଇ ନିଜ ଦଳର ପ୍ରାର୍ଥୀଙ୍କୁ କିପରି ବିଜୟୀ କରାଇବେ ସେ ନେଇ ପୁରା ଦମ୍ରେ ଲାଗି ପଡିଥିବାର ଦେଖାଯାଉଛି । ଭୋଟ ରାଜନିତି ଜମୁ ଥିବାରୁ ଭୋଟର,ଦଳୀୟ କର୍ମୀ ଓ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି । ବହୁ ପ୍ରତିକ୍ଷିତ ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ନିଜ ନିଜ ସମର୍ଥକମାନଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ରଣନିତୀ ପ୍ରସ୍ତୁତି ଚଳାଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି,କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମାତ୍ର ଏହି ନିର୍ବାଚନ ମଣ୍ଡଳୀରେ ମୂଖ୍ୟତଃ ବିଜେଡି,ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରିମୂଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ଆସନ ପାଇଁ ବିଜେଡିରୁ ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ  ସାବିତ୍ରୀ ଅଗ୍ରୱାଲ,ବିଜେପିରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ  ବିଜୟ ମହାପାତ୍ର ଓ କଂଗ୍ରେସରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି । ବିଜେଡି ପକ୍ଷରୁ ଗରଦପୁର ବ୍ଲକ ଅଂଚଳରେ ଦଳର ପର୍ଯ୍ୟକ୍ଷେକମାନେ ଆସି ପଂଚାୟତୱାରୀ କର୍ମୀ ସମ୍ମଳନୀ କରାଯାଉଥିବାବେଳେ,ବିଜେପି ପକ୍ଷରୁ ବିଭିନ୍ନ ପଂଚାୟତମାନଙ୍କରେ ଥିବା ଗ୍ରାମଗୁଡିକରେ ଦଳୀର ଛାମୁଆଁ କର୍ମକର୍ତାମାନେ ପହଂଚିି ସେଠାରେ ପ୍ରଚାର କାର୍ଯ୍ୟକୁ ଯୋରଦାର କରିଦେଇଛନ୍ତି । ମାତ୍ର କଂଗ୍ରେସ ଦଳ ପକ୍ଷରୁ କର୍ମୀମାନେ ନିର୍ବାଚନ କାର୍ଯ୍ୟ ପାଇଁ ଚଳଚଂଚଳ ହେଉଥିବାବେଳେ,ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ନେତାମାନେ ସଜବାଜ ହେଉଥିବାର ଜଣାଯାଇଛି । ପାଟକୁରା ନିର୍ବାଚନ ମଣ୍ଡଳୀ ଅଧିନରେ ଗରଦପୁର ବ୍ଲକର୧୮ଗୋଟି ପଂଚାୟତ,ମାର୍ଶାଘାଇ ବ୍ଲକର ୭ ଗୋଟି ପଂଚାୟତ ଓ ଡେରାବିଶ ବ୍ଲକ ଅଧିନରେ୨୬ଗୋଟି ପଂଚାୟତ ରହିଛି ।  ଏହି ସବୁ ପଂଚାୟତମାନଙ୍କରେ ମୋଟ ୩୦୬ ଗୋଟି ବୁଥ୍ ରହିଛି ।  ଏହି ନିର୍ବାଚନ ମଣ୍ଡଳୀରେ  ମୋଟ ଭୋଟରମାନଙ୍କ ସଂଖ୍ୟା ୨ଲକ୍ଷ୪୪ହଜାର୭୪୭ । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରମାନଙ୍କ ସଂଖ୍ୟା ୧ଲକ୍ଷ୨୭ ହଜାର୪୩୧ ଜଣ ହୋଇଥିବାବେଳେ,ମହିଳା ଭୋଟରମାନଙ୍କ ସଂଖ୍ୟା ୧ଲକ୍ଷ୧୭ ହଜାର ୩୦୬ଜଣ ବୋଲି ଜଣାଯାଇଛି ।  ଗତ ଏପ୍ରିଲ ମାସ ୨୯ ତାରିଖରେ ଏହି ଆସନରେ ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ଭୋଟର ୧ଲକ୍ଷ୭୩ ହଜାର ୯୨୯ମତଦାତା ମାନେ ସେମାନଙ୍କର ମତଦାନ କରିଥିଲେ । ଆସନ୍ତା ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ କିପରି ଅଧିକ ସଂଖ୍ୟକ ମତଦାତା ମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ସେ ନେଇ ପ୍ରମୁଖ ତିନି ଗୋଟି ଦଳ ପକ୍ଷରୁ ଉଦ୍ୟମ କରାଯାଉଥିବାର ଦେଖାଯାଉଛି । ଏହି ନିର୍ବାଚନ ପାଇଁ ଗତ ୫ ଦିନ ହେଲା ଭୋଟର ଓ ସାଧାରଣ ଲୋକାମନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଥିବାର ଦେଖାଯାଇଛି  ।   ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାର ପୌରପାଳିକା ୱାର୍ଡ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଲା

କେନ୍ଦ୍ରାପଡ଼ା, ୨୬/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରପାଳିକାର ୨୧ଟି ୱାର୍ଡ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ସେହି ଅନୁଯାଇ …

Leave a Reply

Your email address will not be published. Required fields are marked *