Friday , September 29 2023
Breaking News
Home / ବିଶେଷ / ଝିଅର ହତ୍ୟାକାରୀ ମାନଙ୍କୁ ଗିରଫ କରାଯାଉନଥିବାରୁ ପରୋକ୍ଷରେ ଧମକ ଦେଉଥିବା ଅଭିଯୋଗ

ଝିଅର ହତ୍ୟାକାରୀ ମାନଙ୍କୁ ଗିରଫ କରାଯାଉନଥିବାରୁ ପରୋକ୍ଷରେ ଧମକ ଦେଉଥିବା ଅଭିଯୋଗ

ଭୁବନ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଢଣା ଗ୍ରାମରେ ଜନୈକା ବଧୁକୁ ତା ଶାଶୁଘର ଲୋକ ହତ୍ୟାକରି ଫେରାର ହୋଇ ଯାଇଥିବାବେଳେ ପୋଲିସ କେବଳ ସଂପୃକ୍ତା ବଧୁର ସ୍ୱାମୀ,ଦିଅରଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ମାନେ ଖୋଲାରେ ବୁଲିବା ସହ ମୃତା ବଧୁର ବାପାଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, ଓଢଣା ଗ୍ରାମର ବିରବର ବିଶ୍ୱାଳତାଙ୍କର ଏକମାତ୍ର ଝିଅ ବନିତା ବିଶ୍ୱାଳଙ୍କୁ ସେହି ଗ୍ରାମର ହଳଧର ହାତୀ ଙ୍କ ବଡପୁଅ ଗୌତମ ଓରଫ କେଦାର ହାତୀ ଙ୍କ ସହିତ ଗତ ତା ୧୧.୦୫.୨୦୧୪ ରିଖରେ ବୈଦିକମତେ ବିବାହ କରାଇଥିଲେ । ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ସମେତ ହୋଣ୍ଡା ସାଇନ ମୋଟର ସାଇକେଲ ପାଇଁ ୭୬ ହଜାର ଟଙ୍କା,ବରକୁ ଚେନ ମୁଦି ,ଝିଅକୁ ସୁନାରୂପା ଗହଣା ଏବଂ ଅନ୍ୟାନ୍ୟ ଆସବାବ ପତ୍ର ଦେଇଥିଲେ । ପରବର୍ତି ସମୟରେ ତା ଶାଶୁଘର ଲୋକମାନେ ଅଧିକ ଯୌତୁକ ବାବଦ ୨ ଲକ୍ଷ ଟଙ୍କା ପାଇଁ ଦାବିକରି ବିଭିନ୍ନ ସମୟରେ ଉଭୟ ଶାରୀରିକ ,ମାନସିକ ନିର୍ଯ୍ୟାତନା ଦେଉଥିଲେ । ଯୌତୁକ ଟଙ୍କା ଆଣିବା ପାଇଁ ବାଧ୍ୟ କରୁଥିଲେ ଓ ନଆଣି ଲେଜୀବନରେ ମାରିଦେବାକୁ ଧମକ ଦେଉଥିଲେ । ଗତ ତା ୧୩.୦୩.୨୦୧୯ ରିଖ ସକାଳେ ତାଙ୍କଝିଅକୁ ତା ଶାଶୁଘର ଲୋକ ମାରିଦେଇଥିଲେ । ଝିଅର ସ୍ୱାମୀ କେଦାର ହାତୀ,ଶ୍ୱଶୁର ହଳଧର ହାତୀ,ଶାଶୁ ଫାନି ହାତୀ, ଦିଅର ଦେବଦତ ହାତୀ, ଦାଦା ଶ୍ୱଶୁର ପ୍ରମୋଦ ହାତୀ, ଖୁଡିଶାଶୁ କୁନ୍ତଳା ହାତୀ, ଦିଅର ରଣଜିତ ହାତୀ,ସାନ ଦିଅର ଆଲୋକ ହାତୀ,ନଣନ୍ଦ ମୀରା ହାତୀ,ଯାଆ ନିଲମ ହାତୀ ସମସ୍ତେ କେଊଁଆଡେ ଫେରାର ହୋଇଯାଇଥିଲେ । ଉପରୋକ୍ତ ସମସ୍ତ ବ୍ୟକ୍ତି ତାଙ୍କ ଝିଅକୁ ମାରିଦେଇ ଘରଛାଡି ପଳାଇ ଯାଇଥିବା ସଂପର୍କରେ ବିରବର ଭୁବନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନଂ-୫୮/୨୦୧୯ ଆଇପିସି ଦଫା-୪୯୮(ଏ), ୩୦୪(ବି),୩୦୨, ୩୪ ଏବଂ ୪ ଡିପି ଆକ୍ଟରେ ମାମଲା ରୁଜ୍ଜୁ କରିବା ସହିତ ତଦନ୍ତ ଚଳାଇଥିଲା । କିଛିଦିନ ପରେ ତାଙ୍କ ଝିଅର ସ୍ୱାମୀ କେଦାର ଏବଂ ଦିଅର ଦେବଦତ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ଭୟରେ ଝିଅର ଶ୍ୱଶୁର ହଳଧର ହାତୀ ଆତ୍ମହତ୍ୟା କରିଥିଲେ । ଝିଅ ମରିବାର ଇତିମଧ୍ୟରେ ୪ ମାସ ଅତିକ୍ତାନ୍ତ ହେବାକୁ ବସିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଏବେ ଘରକୁ ଆସି ଚଳପ୍ରଚଳ କରୁଛନ୍ତି । କେଶ୍ ପ୍ରତ୍ୟାହାର କିମ୍ବାକେଶ୍ରୁ ସେମାନଙ୍କ ନାମବାଦ ନଦେଲେ ବିରବରଙ୍କୁ ତାଙ୍କ ଝିଅ ଭଳି ମାରିଦେବେ ବୋଲି ପରୋକ୍ଷରେ ଧମକ ଦେଉଛନ୍ତି । ବିରବର ଏ ସଂପର୍କରେ ବାରମ୍ବାର ଭୁବନ ଥାନାରେ ଗୁହାରି କଲେ ମଧ୍ୟ ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ କି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉନାହିଁ । ସେ ଗତ ତା ୨୨.୦୬.୨୦୧୯ ରିଖରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସଂପର୍କରେ ଢେଙ୍କାନାଳ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ,ତାଳଚେର ଡିଆଇଜି,ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ,ମହିଳା କମିଶନ ପ୍ରମୁଖଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ କିନ୍ତୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଆଜି ପୁନର୍ବାର ଆଉ ଏକ ପତ୍ର ମାଧ୍ୟମରେ ଅଭିଯୋଗ ପତ୍ର ପ୍ରେରଣ କରିଥିବ ।ଗଣମାଧ୍ୟମକୁ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *