Tuesday , October 19 2021
Breaking News
Home / ବିଶେଷ / ଆଜି ଠାରୁ ୩ଦିନ ଭାରି ବର୍ଷା

ଆଜି ଠାରୁ ୩ଦିନ ଭାରି ବର୍ଷା

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ଉତର-ପଶ୍ଚିମ ରାଜସ୍ଥାନରୁ ଉତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପଲାଇନ ସୃଷ୍ଟି ହୋଇଛି । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଏହି ଟ୍ରପଲାଇନ ଦକ୍ଷିଣମୁଁହା ଥିବାରୁ  ୯ ତାରିଖ ପରେ ଲଘୁଚାପ ଏବଂ ଉତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି । ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଉପରେ ଥିବା ସାଇକ୍ଲୋନିକ୍ ସର୍କୁଲେସନ ଏବେ ଲୋ ପ୍ରେସରରେ ପରିଣତ ହୋଇସାରିଛି । ଏହା ବର୍ତମାନ ପଶ୍ଚିମ ବିହାର ଓ ଝାଡ଼ଖଣ୍ଡ ଉପରେ ରହିଛି । ଯାହାଦ୍ୱାରା ଉତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ରାଜ୍ୟରେ ମୌସୁମୀବାୟୁ ସକ୍ରିୟ ଥିବା ଯୋଗୁଁ ଆହୁରି ୪୮ ଘଂଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର କୌଣସି ଜିଲ୍ଲ୍ା ପାଇଁ ହେଭିରେନଫଲ୍ ୱାର୍ଣ୍ଣିଂ ଜାରି ହୋଇନାହିଁ । ତେବେ କିଛି ଅଂଚଳରେ ମଧ୍ୟମ ଧରଣର ବର୍ଷା ହେବାସହିତ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ଉତର ଓଡ଼ିଶାରେ ଝିପିଝିପି ବର୍ଷା ଲାଗି ରହିବ । ଓଡ଼ିଶାରେ ଜୁନ୍ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ସ୍ୱାଭାବିକ ବୃଷ୍ଟିପାତ ହୋଇନଥିବା ବେଳେ ଆଗକୁ ମୌସୁମୀବାୟୁ ଅଧିକ ସକ୍ରିୟ ରହିବ । ଏହା ପ୍ରଭାବରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ତେବେ ସାଇକ୍ଲୋନିକ ସର୍କୁଲେସନ ଏବେ ଲୋପ୍ରେଶରରେ ପରିଣତ ହୋଇଥିବାରୁ ସମୁଦ୍ର ଅଶାନ୍ତ ରହିବ । ଓଡ଼ିଶା ସମାଚାର

About admin

Check Also

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି …

Leave a Reply

Your email address will not be published. Required fields are marked *