Sunday , October 24 2021
Breaking News
Home / ବିଶେଷ / ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପାଟକୁରା ବଜାର ଅଂଚଳ

ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପାଟକୁରା ବଜାର ଅଂଚଳ

ପାଟକୁରା, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରାର ପ୍ରମୁଖ ସ୍ଥାନକୁହାଯାଉଥିବା ପାଟକୁରା ବଜାର ଅଂଚଳ ଏବେ ଅସ୍ୱାସ୍ଥ୍ୟକର ପରିବଶେ ମଧ୍ୟରେ ରହିଥିବାର ଦେଖାଯାଇଛି । ପାଟକୁରା ବଜାର ମଧ୍ୟରେ ପାଟକୁରା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସହିତ ସେଠାରେ ଦୁଇ ଗୋଟି ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ କରୁଛି । ପଂଚାୟତ ଅଫିସ୍ ସମ୍ମୁଖ ଭାବରେ ପାଣି ପମ୍ପ ହାଉସ୍ ରହି ଥିବାବେଳେ, ପାଶ୍ୱର୍ରେ ମାର୍କେଟ କମ୍ପେ୍ଲକ୍ସ ଗୃହ ରହିଛି ।  ମାତ୍ର ଏହି ପ୍ରମୁଖ ସ୍ଥାନଗୁଡିକରେ ଦୀର୍ଘ ଦିନ ଧରି ପଡି ରହୁଥିବା ଅଳିଆ,ଆବର୍ଜ୍ଜନାଗୁଡିକୁ ପରିଷ୍କାର କରାଯାଉ ନ ଥିବାରୁ  ଏବେ କ୍ରମାଗତ ବର୍ଷା ପାଣିରେ ସେଗୁଡିକ ପଚି ସଢି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଏହି ସବୁ ସ୍ଥାନରୁ ଉଦବୃତ ବର୍ଷା ପାଣି ନିଷ୍କାସିତ କରାଯିବା ପାଇଁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ।    ନିର୍ମାଣ କରାଯାଇ ଥିବା ଡ୍ରେନର କିଛି ଭାଗକୁ ପୋତି ଦିଆଯାଇଥିବାବେଳେ, ନିର୍ମାଣ କାର୍ଯ୍ୟର ଅବଶିଷ୍ଟ ସ୍ଥାନକୁ ଗ୍ରାମର ଜନୈକ ବ୍ୟକ୍ତି ଜବରଦଖଲ କରିଥିବାରୁ ଡ୍ରେନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ପାରୁ ନାହିଁ । ଫଳରେ ଏହି ସ୍ଥାନରୁ ବର୍ଷା ପାଣି ନିଷ୍କାସିତ ହୋଇ ପାରୁ ନାହିଁ । ଦୀର୍ଘ ଦିନ ଧରି ବର୍ଷା ପାଣି ଜମି ରହିବା ଦ୍ୱାରା ବହୁ ଦିନରୁ ପଡିଥିବା ଅଳିଆ,ଆବର୍ଜ୍ଜନାଗୁଡିକ ସେହି ପାଣିରେ ଭାଷି ଆସି ଦୁର୍ଗନ୍ଧମୟ ପରିବେଷ ସୃଷ୍ଟି କରୁଛି । ସେହିପରି ଅଧିକ ବର୍ଷା ହେଲେ ଓ ବର୍ଷା ପାଣି ନିଷ୍କାସିତ ହୋଇ ପାରୁ ନ ଥିବାରୁ ପାଟକୁରା ଠାରେ ବସୁଥିବା ସାପ୍ତାହିକ ହାଟ ମଧ୍ୟ ବର୍ଷା ପାଣି ପ୍ରଭାବରେ ଠିକ୍ ଭାବରେ ବସି ପାରୁ ନ ଥିବାର ଲୋକମାନେ ଅଭିଯୋଗ କରିଛନ୍ତି ।  ଏଠାରେ କାର୍ଯ୍ୟକରୁ ଥିବା ଦୁଇ ଗୋଟି ଅଙ୍ଗନୱାଡି କେନ୍ଦ୍ର ପାଶ୍ୱର୍ରେ ବହୁ ପରିମାଣରେ ଅଳିଆ,ଆବର୍ଜ୍ଜନା ପଡି ରହିଛି । ସେଗୁଡିକୁ ମଧ୍ୟ ଉଠାଯାଇ ପାରୁ ନାହିଁ । ବହାରୁଥିବା ଅଳିଆ,ଆବର୍ଜ୍ଜନାଗୁଡିକୁ ଅଙ୍ଗନୱାଡି କେନ୍ଦ୍ର ପାଶ୍ୱର୍ରେ ଗଦା କରାଯାଇଥଇବାରୁ ସେଗୁଡିକ ବର୍ଷା ପାଣିରେ ପଚିସଢି ଦୃଗନ୍ଧ ବାହାରୁଛି । ଏହି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଅଙ୍ଗନୱାଡି କେନ୍ଦ୍ର ଚାଲୁଥିବାରୁ ଏହି କେନ୍ଦ୍ରକୁ ଆସୁଥିବା ପିଲା ମାନଙ୍କର ଅଭିଭାବକମାନେ ନା-ପସନ୍ଦ କରୁଛନ୍ତି । ସେହିପରି ପାଟକୁରାର ସାପ୍ତାହିକ ହାଟ ସରିବା ପରେ ହାଟରୁ ବାହାରୁଥିବା ଅଳିଆ, ପଚାସଢା ପନି ପରିବାଗୁଡିକୁ ବ୍ୟବସାୟୀମାନେ ହାଟ ପରିସର ମଧ୍ୟରେ ଫୋପାଡି ଦେଉଥିବାରୁ ସେଗୁଡିକ ବର୍ଷା ପାଣିରେ ଭାଷି ଦୁଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ହାଟରୁ ବାହାରୁ ଥିବା ବର୍ଜ୍ଜ୍ୟ ବସ୍ତୁ ଗୁଡିକୁ ଫୋପାଡିବା ପାଇଁ କୌଣସି ଡଷ୍ଟବିନ୍ ଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ବ୍ୟବସାୟୀମାନେ ଏଣେତେଣେ ଫୋପାଡି ଦେଉଛନ୍ତି । ସରକାର ସ୍ୱଛତା ଉପରେ ଗୁରୁତ୍ୱ ଦେଉଥିବାବେଳେ, ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦେଉ ନାହାଁନ୍ତି । ସ୍ଥାନୀୟ ସରପଂଚ ସୂର୍ଯ୍ୟମଣୀ ସେଠୀଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ସେ କହନ୍ତି ଯେ, ପଡିଥିବା ଅଳିଆ ଆବର୍ଜ୍ଜନାଗୁଡିକୁ ଟ୍ରାକ୍ଟର ସାହାଯ୍ୟରେ ଉଠାଇ ନିଆଯିବ । ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।  ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *