Sunday , September 26 2021
Breaking News
Home / ତାଜା ଖବର / ବେଆଇନ ବାଲି ଚାଲାଣର ପର୍ଦ୍ଦାଫାସ

ବେଆଇନ ବାଲି ଚାଲାଣର ପର୍ଦ୍ଦାଫାସ

                                 ଗୋଟଏ ଟ୍ରାକ୍ଟର ଜବତ, ଖସିଗଲେ ମାଫିଆ
ନାଉଗାଁ, ୦୮/୦୭/୨୦୧୯ (ଓଡ଼ିଶା ସମାଚାର ଲିଲନପ୍ରଭା ପାଢ଼ୀ)- ନାଉଗାଁ ବ୍ଳକରେ ହେଉଥିବା ସବୁ ବେଆଇନ କାର୍ଯ୍ୟ ପ୍ରତି ରାଜସ୍ୱ ବିଭାଗ ଆଖି ବୁଝି ଦେଇଛି । ବିଭାଗର ରାଜସ୍ୱ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ଦିର୍ଘ ଦିନ ଧରି ନିରବ ଦ୍ରଷ୍ଠା ସାଜିଛନ୍ତି । ଫଳରେ ମାଫିଆମାନେ ସରକାରୀ ସ୍ଥାନକୁ ବେଆଇନ ଭାବେ ଉଠାଉଛନ୍ତି ସକାଳ ଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେଆଇନ ବାଲି । ଯାହାଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ଘଟୁଛି । କିଏ ଅଭିଯୋଗ କଲେ ମଧ୍ୟ ରାଜସ୍ୱ ବିଭାଗ ଅଧିକାରୀ ଚୁପ ରହୁଛି । ଏହାକୁ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଚଡାଉ କରାଯାଇ ଏକ ମାତ୍ର ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । କିନ୍ତୁ ଖସି ଯାଇଛନ୍ତି ବାଲି ମାଫିଆଙ୍କ ସହ ଅନ୍ୟ ଟ୍ରାକ୍ଟର । ଏଭଳିସ୍ଥିତି ଦେଖା ଦେଇଛି ନାଉଗାଁ ତହସିଲ ଅଧିନ ଓଷକଣା ପଂଚାୟତର ଭଟଣା ଗ୍ରାମ ନିକଟସ୍ଥ ଭଟଣା ନଦୀ ପଠାରେ । ଏହି ନଦୀର ପଠାରେ ବାଲି ମାଫିଆମାନେ ଦିନ ଦ୍ୱିପ୍ରହର ଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ନଦୀ ପଠାକୁ ତାଡି ବେଆଇନ ଭାବେ ବାଲି ଚାଲାଣ କରୁଥିଲେ । ଏହି ବେଆଇନ ବାଲି ଚାଲାଣକୁ ଗଣାମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବା ପରେ ଆଜି ସଂଧ୍ୟା ସମୟରେ ନାଉଗାଁ ବ୍ଲକ ରାଜସ୍ୱ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଗୋଟିଏ ମାତ୍ର ଟ୍ରାକ୍ଟରକୁ ଜବତ କରାଯାଇଥିଲା । ହେଲେ ବାଲି ମାଫିଆଙ୍କ ସହ ଅନ୍ୟ ଟ୍ରାକ୍ଟର ଗୁଡିକ ଖସି ପଳାଇଯାଇଥିଲେ । ସବୁଠାରୁ ଗୁରୁ୍ତ୍ୱପୂର୍ଣ୍ଣ କଥା ଏହି ନଦୀ ପଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଠି କରାଯାଇଛି । ଏହି ବେଆଇନ ବାଲି ଚାଲାଣ ଫଳରେ ଗ୍ରାମ୍ୟ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହେବା ସହିତ ବନ୍ୟା ଆସିଲେ ଗ୍ରାମ ପ୍ରତି ବିପଦ ସୃଷ୍ଟିକୁ ଏଡାଇ ଦିଆଯାଇ ନ ପାରେ । ଅନ୍ୟପଟରେ ଏହି ବାଲିଆ ମାଫିଆ ମାନେ ଆଗକୁ ବର୍ଷା ଦିନ ଥିବାରୁ ଗାଁ ଖେଳ ପଡିଆ ଠାରୁ ଆରମ୍ଭ କରି ମନ୍ଦିର ପ୍ରାଙ୍ଗଣରେ ଶହ ଶହ ବେଆଇନି ଟ୍ରିପ ବାଲି ଗଛିତ ରଖିଛନ୍ତି । ଏପରିକି ଏହି ବାଲି ବିନା ଟ୍ରାଂଜିଷ୍ଟ ପରିମିଟରେ ଏଠାରୁ ନାଉଗାଁ ବ୍ଳକ ସହିତ ନିକଟସ୍ଥ ପୁରୀ ଜିଲ୍ଲାକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଆଜିର ଚଢାଉ ସମୟରେ ରାଜସ୍ୱ ବିଭାଗର ଅଧିକାରୀଙ୍କ ଦୃଷ୍ଟି ଗୋଚର ହୋଇଥିଲା ଭଟଣା ଖେଳ ପଡିଆରେ ଗଛିତ ହୋଇଥିବା ଶହ ଶହ ଟ୍ରିପ ବାଲି ଉପରେ । କିନ୍ତୁ ବିଭାଗ ପକ୍ଷରୁ ଧର୍ମକୁ ଆଖିଠାର ମାରିବା ସଦୃଶ ଭଳି ମାତ୍ର ଗୋଟିଏ ଟ୍ରାକ୍ଟର ବାଲିକୁ ଜବତ କରି ବିଭାଗୀୟ ଅଧିକାରୀ ନିଜର କାମ ଶେଷ କରି ଦେଇଥିବା ଜଣାଯାଇଛି । ସ୍ଥାନୀୟ ଅଂଚଳବାସୀଙ୍କ କହିବା ଅନୁଯାଇ ଏହି ବେଆଇନ ଭାବେ ଗଛିତ ଥିବା ବାଲି ଉପରେ ତଦନ୍ତ କରି ବାଲି କାହାର ଏହି ବାଲିରେ ୱାଇ ଫର୍ମ ବ୍ୟବହୃତ ହୋଇଛି କି ନାହିଁ ଏହାର ତଦନ୍ତ କରିବା ପାଇଁ ଦାବି ହୋଇଛି । ଏହି ଚଢାଉ ରାଜସ୍ୱ ନିରୀକ୍ଷକଙ୍କ ସୁପରଭାଇଜର କାଳନ୍ଦି ବେହେରା ଓ ଡେରିକି ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ନାୟକଙ୍କ ଦ୍ୱାରା କରାଯାଇଥିଲା । ଏସଂର୍ପକରେ ନାଉଗାଁ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ଆଜି ଜବତ ହୋଇଥିବା ଟ୍ରାକ୍ଟର ଠାରୁ ସର୍ବନିମ୍ନ ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଜୋରିମାନା ଆଦାୟ କରାଯିବା ସହିତ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଓଡ଼ିଶା ସମାଚାର

About admin

Check Also

ଚୋରା ମଦବେପାରୀ ଆକ୍ରମଣ ରେ ଅବସର ପ୍ରାପ୍ତ ଜଳସେଚନ କର୍ମଚାରୀ ଗୁରୁତର ଆହତ

ମାହାଙ୍ଗା,୨୩/୦୯/୨୦୨୧(ଓଡିଶା ସମାଚାର. /ଅଭୟ ଜେନା )-ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡି ମଧୁପୁର ଗାଁରେ ଆଲୋଡନ ! ଚୋରା ମଦ …

Leave a Reply

Your email address will not be published. Required fields are marked *