କପିଲାଭଟା, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଲୟ ର ସଭାଗୃହ ଠାରେ ଆଜି ନୂତନ ୩ ଶହ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କାର୍ଯ୍ୟାଦେଶ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ପ୍ରଧାନ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା,ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଲା ବେହେରା,ଉପାଧ୍ୟକ୍ଷ ମାମରାଜ ଜୈନ,ବଙ୍ଗୋମୁଣ୍ଡା ବ୍ଲକ ସରପଂଚ ସଂଘ ସଭାପତି ଉପେନ୍ଦ୍ର ମେହେର,ବଙ୍ଗୋମୁଣ୍ଡା ସରପଂଚ ସୁଶାନ୍ତ କୁମାର ଯୋଶୀ ଉପସ୍ଥିତ ରହି ନୂତନ ୩ ଶହ ହିତାଧିକାରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ଘର ଗୁଡିକ ୩ ମାସ ମଧ୍ୟରେ ନିର୍ମାଣ କରିବା ପାଇଁ ହିତାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ ର ବିଭିନ୍ନ ପଂଚାୟତ ର ସରପଂଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
Check Also
ଭତା ଅପେକ୍ଷାରେ ରୋଗଗ୍ରସ୍ତ ବାପ ଓ ଝିଅ
କେନ୍ଦ୍ରାପଡ଼ା, ୨୬/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଆୟବା ଗ୍ରାମର ରୋଗଗ୍ରସ୍ତ ବାପ ଓ ଝିଅ …