Monday , January 30 2023
Breaking News
Home / ତାଜା ଖବର / ଡ଼କାୟତି ଯୋଜନା ପଣ୍ଡ, ୫ ଡ଼କାୟତ ଗିରଫ, ବନ୍ଧୁକ, ବୋମା ଆଦି ମାରଣାସ୍ତ୍ର ଜବତ, ୩ ଫେରାର

ଡ଼କାୟତି ଯୋଜନା ପଣ୍ଡ, ୫ ଡ଼କାୟତ ଗିରଫ, ବନ୍ଧୁକ, ବୋମା ଆଦି ମାରଣାସ୍ତ୍ର ଜବତ, ୩ ଫେରାର

ସୋରଡ଼ା,୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ସୋରଡ଼ା ଥାନା ଅନ୍ତର୍ଗତ ଲାଠିପଡା ଖେଳପଡିଆ ନିକଟରୁ ସୋରଡ଼ା ପୋଲିସ ଶନିବାର ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବାବେଳେ ୫ ଜଣ ଡ଼କାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଫଳରେ ସେମାନେ ଯୋଜନା କରୁଥିବା ଏକ ଡ଼କାୟତି ଉଦ୍ୟମ ପଣ୍ଡ ହୋଇଛି । ଗିରଫ ଡ଼କାୟତ ମାନେ ହେଲେ ଅକ୍ଷୟ ନାୟକ, ତନୁଜା ସ୍ୱାଇଁ, ପପୁ ନାୟକ, ଅଜିତ ସ୍ୱାଇଁ ଓ ଶତୃଘ୍ନ ସ୍ୱାଇଁ । ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ବୋମା, ଦୁଇଟି ଖଣ୍ଡା, ଲୁହା ରଡ଼ ଆଦି ମାରଣାସ୍ତ୍ର ଜବତ ହୋଇଛି । ଏ ସଂକ୍ରାନ୍ତରେ ଥାନା କେସ୍ ନଂ ୧୦୩/ ୧୯ ରେ ଏକ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି । ତେବେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ଫେରାର୍ ହୋଇଯାଇଥିବା ନେଇ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.