ଜଗତସିଂହପୁର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ପୌରାଂଚଳସ୍ଥିତ ଗୋପାଳସାଗର ମାର୍କଣ୍ଡପୁର ଠାରେ ଥିବା ଶ୍ରୀଶ୍ରୀ ଶିରିଡି ସାଇ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର ଷଷ୍ଠ ବାର୍ଷିକ ଉତ୍ସବ ଓ ହନୁମାନଜୀଙ୍କ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଇଟ୍ରଷ୍ଟର ସଂପାଦକ ରାଜେନ୍ଦ୍ର କୁମାର ଲେଙ୍କାଙ୍କ ଅଧ୍ୟକ୍ଷତା କରି କହିଥିଲେ ପ୍ରତେକ ବର୍ଷଭଳି ଏବର୍ଷ ମଧ୍ୟ ସାଇବାବାଙ୍କ ଉତ୍ସବ ଓ ଶ୍ରୀ ହନୁମାନଜୀଙ୍କ ତୃତୀୟ ବାର୍ଷିକ ଉତ୍ସବ କାର୍ଯ୍ୟସୂଚୀ ଅନୁଯାଇ ଛଅଦିନ ଧରି ପାଳନ କରାଯିବ । କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୧୧.୭.୧୯ତାରିଖରେ ଅଧିବାସ ଅଙ୍କୁରା ରୋପଣ,୧୨.୭୧୯ତାରିଖ ସକାଳ ୭ଘଟିକାରେ କଳସ ଶୋଭାଯାତ୍ରା,ସାଇବାବା ଓ ହନୁମାନଜୀଙ୍କ ମହାସ୍ନାନ, ସୂଯର୍ୟପୂଜା, ଶ୍ରୀସତ୍ୟନାରାୟଣ ପୂଜା,ମଣ୍ଡଳ ପୂଜା,ଓ ଯଜ୍ଞ ଆରମ୍ଭ ସାଇ ସହସ୍ର ନାମରେ ଆହୁତି,୧୩ତାରିଖରେ ପ୍ରାତଃ ସୂର୍ଯ୍ୟପୂଜା,ମଣ୍ଡଳାଦି ପୂଜା,ସାଇବାବା ଓ ହନୁମାନଜୀଙ୍କ ଗାୟତ୍ରୀ ମନ୍ତ୍ର ଆହୁତି ଓ ଚଣ୍ଡିଙ୍କ ଆହୁତି,୧୪ତାରିଖରେ ବିଭିନ୍ନ ପୂଜା ସହିତ ପୂର୍ଣ୍ଣାହୁତି ହେବ । ୧୫ତାରିଖରେ ଏକଦିବସୀୟ ଶ୍ରୀ ସାଇନାଥ ସତ୍ ଚରିତ ପାରାୟଣ ଓ ବାବାଙ୍କ ଚଭାଡି ଶୋଭାଯାତ୍ରା ଅନୁଷ୍ଠିତ ହେବ । ୧୬ତାରିଖରେ ବାବାଙ୍କ ଗୁରୁପୂର୍ଣ୍ଣିମା ଉତ୍ସବ ଓ ଚନ୍ଦ୍ରଗ୍ରହଣ ଉତ୍ସବ ସକାଳ ୮ଘଟିକା ଶ୍ରୀ ସତ୍ୟନାରାୟଣ ପୂଜା ଶାନ୍ତିହୋମ ଓ ଦିବା ୩ଘଟିକାରେ ସନ୍ଧ୍ୟା ଆଳତି ଓ ପହଡ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଟ୍ରଷ୍ଟର ସଦସ୍ୟ ଦୋଳଗୋବିନ୍ଦ ଦାଶ, ଶାରଦା ଦାସ, ଗଣେଶ୍ୱର ମାଣିଆ, ରାଜକିଶୋର ମହାନ୍ତି, ଦିଲ୍ଲିପ କୁମାର ବେହେରା, ଗୋଲେଖ ସିଂ, ସ୍ୱଦେଶ କୁମାର ଲେଙ୍କା, ସତିସ୍ ଲେଙ୍କା, ସିଦ୍ଧାର୍ଥ ଲେଙ୍କା, ଅସିତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ଶେଷରେ ଇଂ,ସମ୍ବିତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର