ରଘୁନାଥପୁର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ରେଢ଼ୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ତଥା ଜିଲାପରିଷଦ ସଭ୍ୟା ଡ଼େଜାଲିନ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ବିଡ଼ିଓ ପଂଚାନନ ପଟାୟତ, ମେଡ଼ିକାଲ ଅଫିସର ସୁକାନ୍ତ କୁମାର ଦଳେଇ, ପ୍ରଭାସ ଚନ୍ଦ୍ର ତ୍ରିପାଠୀ, ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ , ଡ଼ାକ୍ତର ଅସରଫ ପରଭେଜ, ଡ଼ାକ୍ତର ସୁକୁମାର ଦାସ, ନବଜ୍ୟୋତି କ୍ଲବ୍ ସମ୍ପାଦକ କ୍ଷିରୋଦ କୁମାର ଦାଶଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ବୈଠକ ଆରମ୍ଭ ହେବା ମ।।ତ୍ର କେବଳ କାଗଜ ପତ୍ରରେ ରେଢ଼ୁଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିବାବେଳେ ବାସ୍ତବିକ ଏହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି ବୋଲି କର୍ମଚାରୀମାନେ ପ୍ରକାଶ କରିଥିଲେ । କେବଳ ହାତ ଗଣତି କେତେ ଜଣ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା, ଉଚ୍ଚ ଅଧିକାରୀଙ୍କ ମୌଖିକ ଅନୁରୋଧକୁ ସମ୍ମାନ ଜଣାଇ ଉଭୟ କର୍ମଚାରୀ ଓ ଡ଼ାକ୍ତର ୨୪ ଘଂଟିଆ ସେବା ଯୋଗାଇ ଆସୁଛନ୍ତି । ତେବେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଥିବା ସୁବିଧା ସୁଯୋଗ ଲପଲବ୍ଧ ନହେବା, ଔଷଧ ପ୍ରଦାନ କରାନଯିବା ଓ ରାତିରେ ବିନା ଆଟେଣ୍ଡାଣ୍ଟରେ ଡ଼ାକ୍ତର ରୋଗୀ ଦେଖିବା ସମୟରେ ଅନେକ ସମସ୍ୟା ଉପୁଯୁଥିବାର କର୍ମଚାରୀମାନେ ବୈଠକରେ ଆପତି ଉଠାଇଥିଲେ । ଯାହାକି ଡ଼ାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ନେଇ ଉଠୁଥିବା ପ୍ରଶ୍ନର କୌଣସି ନିର୍ଯ୍ୟାସ ବାହାରିପାରିନଥିଲା । ଡ଼ାକ୍ତର ଓ କର୍ମଚାରୀ ରହିବା ପାଇଁ ୨ ଟି ସ୍ୱାର୍ଟର , ଗ୍ଲୋ ସାଇନବୋର୍ଡ଼, ଠିକା ରେ ଜଣେ ମାଳିଙ୍କୁ ରଖାଯିବା ବିଷୟରେ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରଟି ସମ୍ପୂର୍ଣ୍ଣ ଗ୍ରାମଂଚଳ ପରିବେଶରେ ଥିବା ଓ ଅନେକ ସମୟରେ ବିଦ୍ୟୁତ ରହୁନଥିବାରୁ ଜେନେରେଟର ର ଆବଶ୍ୟକ ବୋଲି ଡ଼ାକ୍ତର ଦାସ ବୈଠକରେ ପ୍ରସ୍ତାବ ଉଠାଇଥିଲେ । ଏଥିପାଇଁ ଅନୁଦାନ ବ୍ଲକ୍ ଅଧ୍ୟକ୍ଷା ଓ ବିଡ଼ିଓ ଦାୟିତ୍ୱ ନେବା ପାଇଁ ମତ ପ୍ରକାଶ ପାଇଥିଲା । ଯେହେତୁ ବ୍ଲକ୍ ଅଧ୍ୟକ୍ଷାଙ୍କ ନିଜ ପଂଚାୟତ କୌଣସି ପ୍ରକାର ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୫ କିଲୋ ୱାଟ ଜେନେରେଟର ଯୋଗାଇ ଦେବା ପାଇଁ ଉଭୟ ବ୍ଲକ୍ ଅଧ୍ୟକ୍ଷା ଓ ବିଡ଼ିଓ ପ୍ରତିଶୃତି ଦେଇଥିଲେ । ଅଧିକ ର୍ମଚାରୀ ଯୋଗାଇ ଦେବାପାଇଁ ବୈଠକରେ ଅଧ୍ୟକ୍ଷତା କରୁଥିବା ଶ୍ରୀମତୀ ମହାପାତ୍ର ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଥିବାବେଳେ ଫାର୍ମାସିଷ୍ଟ ଜିତେନ୍ଦ୍ର ଦଳେଇ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର