Monday , October 18 2021
Breaking News
Home / ବିଶେଷ / ବିଶ୍ୱ ଆର୍ଥିକ ଫୋରମର ସ୍କିଲ୍ ଗ୍ୟାପ୍ ଟ୍ୟାସ୍କଫୋର୍ସ ସମାପନ

ବିଶ୍ୱ ଆର୍ଥିକ ଫୋରମର ସ୍କିଲ୍ ଗ୍ୟାପ୍ ଟ୍ୟାସ୍କଫୋର୍ସ ସମାପନ

         ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ସ୍କିଲ୍ ଗ୍ୟାପ୍କୁ ହ୍ରାସ କଲେ ଓ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ଆର୍ଥିକ ଫୋରମ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାସ୍କଫୋର୍ସର ସମାପନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ସ୍କିଲ ଗ୍ୟାପ୍କୁ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଭାରତରେ ସ୍କିଲ ଗ୍ୟାପ୍ ହ୍ରାସ କରିବା କ୍ଷେତ୍ରରେ ଥିବା ଆହ୍ୱାନ ଓ ସୁଯୋଗ ସମ୍ପର୍କରେ ବୈଠକରେ ବିସ୍ତୁତ ଭାବେ ଆଲୋଚନା ହୋଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ସାମ୍ପ୍ରତିକ ଯୁଗରେ ଟେକ୍ନୋଲୋଜିର ପ୍ରଗତି ଦ୍ୱାରା କାର୍ଯ୍ୟରେ ପରିବର୍ତନ ପରିଲିକ୍ଷିତ ହୋଇଛି । ସେହି ପରିବର୍ତନକୁ ଆଖି ଆଗରେ ରଖି ଦକ୍ଷତା ପ୍ରଦାନ କରିବାର ଇକୋସିଷ୍ଟମ ସେହିଭଳି ହେବାର ଆବଶ୍ୟକ ରହିଛି । ଯଦ୍ୱାରା ଗୋଟିଏ ଦକ୍ଷତାସମ୍ପନ୍ନ କାର୍ଯ୍ୟ କରୁଥିବା ଲୋକ ତିଆରି ହୋଇପାରିବ ବୋଲି ସେ କହିଛନ୍ତି ।
ଏହି ବୈଠକରେ ବିଶ୍ୱ ଆର୍ଥିକ ଫୋରମ ଏବଂ ଦେଶର ବିଭିନ୍ନ ରାଷ୍ଟ୍ରାୟତ ତୈଳ ଓ ଗ୍ୟାସ କମ୍ପାନୀ ଯଥା ଆଇଓସିଏଲ, ଏଚପିସିଏଲ, ଓଏନଜିସି ମଧ୍ୟରେ ଆଲୋଚନା କରିଥିଲା । ଉଭୟଙ୍କ ମଧ୍ୟରେ ଯେପରି ଉତମ ସମନ୍ୱୟ ରକ୍ଷା କରାଯାଇପାରିବ ଏବଂ ଆଗକୁ ମଧ୍ୟ କାମ କରାଯାଇପାରିବ ସେ ନେଇ ମଧ୍ୟ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *