Sunday , October 17 2021
Breaking News
Home / ତାଜା ଖବର / ବିଦ୍ୟୁତ ତାର ଛିଡି ଗାଈ ମୃତ,ପ୍ରତିବାଦରେ କଟକ ମାଛଗାଁ ରାସ୍ତାରୋକ

ବିଦ୍ୟୁତ ତାର ଛିଡି ଗାଈ ମୃତ,ପ୍ରତିବାଦରେ କଟକ ମାଛଗାଁ ରାସ୍ତାରୋକ

ଜଗତସିଂହପୁର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର ଲିଲନପ୍ରଭା ପାଢ଼ୀ)-  ଜଗତସିଂହପୁର ଥାନା ଅଧିନସ୍ଥ ଢିହସାହି ବଜାର ନିକଟ ତୁଳସି ଗାଦି ନିକଟରେ ବିଦ୍ୟୁତ ତାର ଛିଡି ଗାଈ ଉପରେ ପଡିଜିବାରୁ ଘଟଣା ସ୍ଥଳରେ ଦୁଇଟି ଗାଈଙ୍କର ମୃତ୍ୟୁ ହୋଇଥିଲା । ସୂଚନାରୁ ପ୍ରକାଶ ଯୋଗ୍ୟ ଯେ କି ଗୁମୁଟିପୁର ଗ୍ରାମର ଚାଷୀ ଜନର୍ଦ୍ଧନ ଖଟୁଆଙ୍କ ଦୁଇଟି ଗାଈ ବିଲରେ ଚରୁଥିବା ସମୟରେ ସେହିପଟେ ଯାଇଥିବା ଏଲ.ଟି ବିଦ୍ୟୁତ ତାର ଛିଡି ଗାଈ ଉପରେ ପଡିଯିବାରୁ ଘଟଣା ସ୍ଥଳରେ ହିଁ ଦୁଇଟି ଗାଈର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ   ଗ୍ରାମବାସୀ ଉତେଜିତ ହୋଇ କ୍ଷତିପୂରଣ ଦାବିରେ କଟକ ମାଛଗାଁ ରାସ୍ତାକୁ ଦିର୍ଘ ସମୟ ଧରି ବନ୍ଦ କରିଥିଲେ । ସ୍ଥାନୀୟ ଜନସାଧାରଣରେ କୁହନ୍ତି ଯେ ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ଦାୟୀତ୍ୱ ନେଇଥିବା ଏନଜେନ କମ୍ପାନିର କର୍ମଚାରୀ ମାନଙ୍କ ବେପରୁଆ ମନୋଭାବ ସାଙ୍ଗକୁ ଦୁର୍ବଳ ବିଦ୍ୟୁତ ତାର ଟାଣିବା ଓ କୌଣସି ଦିନ ମଧ୍ୟ ତଦାରଖ ନକରିବା ଯୋଗୁ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ମାନ ଘଟୁଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନାହିଁ ।ଚାଷୀ ଜନାର୍ଦ୍ଦନ ମହିଳା ସ୍ୱୟଂସହାୟକ ଗୋଷ୍ଠିରୁ ଋଣ ଆଣି ଗାଈ ଦୁଇଟି କ୍ରୟ କରିଥିଲେ  । ସେ ଏବେ ଭାଙ୍ଗି ପଡିଥିବା ଜଣାପଡିଛି । ସ୍ଥାନୀୟ ଜନସାଧାର ଦାବି ହେଉଛିକି ଉକ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପଦାନ କରାଯାଉ । ଘଟଣା ସ୍ଥଳରେ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝାକରି  ରାସ୍ତା ରୋକ ପ୍ରତ୍ୟାହାର କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *