ଭୁବନେଶ୍ୱର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ପୂର୍ବ ଭାରତ ଚାଟାର୍ଡ ଏକାଉଂଟାଂଟ ଛାତ୍ରଛାତ୍ରୀ ସଂଘ (ଇଆଇସିଏଏସ୍ଏ) ଦ୍ୱାରା ସ୍ଥାନୀୟ ନୟାପଲ୍ଲୀସ୍ଥ ଆଇସିଏଆଇ ପରିସରରେ “ଯୁବ ଉତ୍ସବ – ୨୦୧୯” ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ମୂଳ ତତ୍ୱ ଥିଲା “ଆସନ୍ତା କାଲି ପ୍ରତି ସମସ୍ତେ ଏକତ୍ରିତ” ଏହାକୁ ଓଡ଼ିଶାର ମାନ୍ୟବର ଇଲେକ୍ଟ୍ରୋନିକ୍ସ, ଆଇଟି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କୁ ନିଜ ପ୍ରଫେସନକୁ ଧ୍ୟାନ ଦେବା ସହ ଏହି ଯୁବାବସ୍ଥାରେ କ୍ରୀଡା ଓ ବ୍ୟାୟାମ ଦିଗରେ ସଚେତନ ହେବାପାଇଁ ଉତ୍ସାହିତ କରିଥିଲେ । ବକୁଳ ଫାଉଣ୍ଡେସନ୍ର ସେକ୍ରେଟାରୀ ଶ୍ରୀଯୁକ୍ତ ସୁଜିତ ମହାପାତ୍ର ମଧ୍ୟ ଅନୁରୂପ ଭାଷଣ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ସିଏ ସୁଜ୍ଞାନ କୁମାର ସାହୁ, ଅନ୍ୟତମ ପୂର୍ବ ଭାରତ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ସିଏ ଗୋ÷ତମ ଲେଙ୍କା ଉଭୟ ସିଏ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ବିଭିନ୍ନ ଉପଦେଶ ଦେଇଥିଲେ । ପୂର୍ବାହ୍ନରେ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ପରିବେଷ ସୁରକ୍ଷା’ ଉପରେ ଏକ ଶାନ୍ତିପୂର୍ଣ୍ଣ ମାର୍ଚ୍ଚ ଡିଏଭି ସ୍କୁଲ ପର୍ଯ୍ୟନ୍ତ ଏବଂ ପ୍ରତ୍ୟାବର୍ତନ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଷୟରେ କୃତୀ ପ୍ରତିଯୋଗିତା, କ୍ରୀଡା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ମଧ୍ୟ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା । ରାମ୍ପୱାକ୍ ଏବଂ ଫେସନ ସୋ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦିନତମାମ ଅନୁଷ୍ଠିତ ହୋଇଥିଲା । ପୂର୍ବ ଭାରତ ଭୁବନେଶ୍ୱର ଶାଖାର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଭବାନୀ ଚୋ÷ଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ପାଂଚ ଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଅନୁଷ୍ଠାନର ବରିଷ୍ଠ କର୍ମକର୍ତା ନରେଶ କୁମାର ବିଶ୍ୱାଳ, ସନ୍ଦିପ ନାରାୟଣ ମିଶ୍ର ଓ ସାଧୁ ଚରଣ ତ୍ରିପାଠୀ ପ୍ରମୁଖଙ୍କ ସୁପରିଚାଳନାରେ ଯୁବ ଉତ୍ସବଟି ଫଳପ୍ରଦ ହୋଇଥିଲା । ଓଡ଼ିଶା ସମାଚାର