Friday , October 29 2021
Home / ନିର୍ବାଚନ / ପାଟକୁରା ବିଧାନସଭା ନିର୍ବାଚନ ଉପଲକ୍ଷେ ପ୍ରିଜାଇଡିଂ ଓ ପ୍ରଥମ ପୋଲିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ

ପାଟକୁରା ବିଧାନସଭା ନିର୍ବାଚନ ଉପଲକ୍ଷେ ପ୍ରିଜାଇଡିଂ ଓ ପ୍ରଥମ ପୋଲିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ

କେନ୍ଦ୍ରାପଡା ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା  ପାଟକୁରା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନରେ କେନ୍ଦ୍ରାପଡା ସହରର ୪ଟି ସ୍ଥାନରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର  ୩୦୯ଟି ବୁଥ ନିମନ୍ତେ ନିଯୁକ୍ତ ପ୍ରିଜାଇଡିଂ ଅଫିସର ଓ ପ୍ରଥମ ପୋଲିଂ ଅଫିସରଙ୍କ ପାଇଁ ୨ ଦିନିିଆ  ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ସମ୍ମିଲନୀ ଗୃହରେ ବିଡିଓ ସୁଧିର କୁମାର ସିଂ ଓ ତହସିଲଦାର ହେମଲତା ବାହାଲିଆଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଥିବା ବେଳେ  ଉର୍ଦ୍ଦୁ ପାଠାଗାର ପରିସରରେ କେନ୍ଦ୍ରାପଡା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଓ ମାର୍ଶାଘାଇ ତହସିଲଦାର ନିରଞ୍ଜନ ସାହୁ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ପଟ୍ଟାମୁଣ୍ଡାଇ ବିଡିଓ ପବିତ୍ର ମୋହନ କାନୁନଗୋ ଓ ପଟ୍ଟାମୁଣ୍ଡାଇ ପୋର ନିର୍ବାହୀ ଅଧିକାରୀ ସମ୍ପଦ ସ୍ୱାଇଁ  ଏବଂ ଡେରାବିଶ ବ୍ଲକ ସମ୍ମିଳନୀ ଗୃହରେ ଡେରାବିଶ ବିଡିଓ ଗୋପବନ୍ଧୁ ଭୋସାଗର ଓ  ଅତିରିକ୍ତ ତହସିଲଦାର କାହ୍ନୁ ଚରଣ ଲେଙ୍କା ପ୍ରମୁଖ ପ୍ରତ୍ୟେକ ସ୍ଥାନରେ ଦିନକୁ ଏକଶହ କରି ପ୍ରିଜାଇଡିଂ  ଓ ପ୍ରଥମ ପୋଲିଂ ଅଫିସରଙ୍କୁ ନିର୍ବାଚନ ପରିଚାଳନା ନିମନ୍ତେ ତାଲିମ ପ୍ରଦାନ କରୁଛନ୍ତି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିର ଗୁଡିକର ପରିଚାଲନା ଦାୟିତ୍ୱରେ ଥିବା ଡେପୁଟୀ କଲେକ୍ଟର(ନିର୍ବାଚନ)ସମ୍ବିତ ଶତପଥୀଙ୍କ ଠାରୁ ଏ ସମ୍ପର୍କରେ ସୁଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *